ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ

0
35

ଟିଟିଲାଗଡ଼,୦୫.୦୪.୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ରୁ କେସିଙ୍ଗା ଅଭିମୁଖେ ଥିବା ରେଳ ଭୂତଳ ପୋଲ ନିକଟ ରେଳ ଧାରଣା ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସ୍ଥାନୀୟ ଜିଆରପି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସ୍ଥାନୀୟ ବ୍ଲକ ପଡ଼ା ନିବାସୀ କୃଷ୍ଣଚନ୍ଦ୍ର ସାହୁଙ୍କ ପୁତ୍ର ସୁନିଲ ସାହୁ (୫୨) ବୋଲି ଜଣାପଡିଛି । ମୃତ ସୁନିଲଙ୍କ ଶରୀର ଟ୍ରେନରେ କଟି ଅଣ୍ଟାରୁ ଦୁଇ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତକଙ୍କ ପତ୍ନୀ ତଥା ଦୁଇ ସନ୍ତାନ ରହିଛନ୍ତି । ରେଳବାଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଅନୁମେୟ ହେଉଥିବା ଜିଆରପି ଥାନା ଅଧିକାରୀ ବିନୟ ଭୋଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here