ଜାତିଆଣ ଆକ୍ଷେପ ଅଭିଯୋଗରେ ଯୁବକ ଗିରଫ

0
84

ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଲା ଥାନା ଅନ୍ତର୍ଗତ କେରମେଲି ପଞ୍ଚାୟତ ଲାଚୁଟ ଗାଁ ନିବାସୀ ଶରତ ସାହୁ (୩୪)ଙ୍କୁ ଜାତିଆଣଭାବ ଆକ୍ଷେପ ଅଭିଯୋଗରେ ସଇଁତଳା ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଆଦିବାସୀ ସଂଘ ପକ୍ଷରୁ ଗତ ୯ ତାରିଖ ବିଶ୍ଵ ଆଦିବାସୀ ଦିବସ ପାଳିତ ହେଉଥିବା ବେଳେ ଶରତ ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାନେଇ ସ୍ଥାନୀୟ ସଂଘ ସଭାପତି ପ୍ରେମାନନ୍ଦ ଭୋଇ ସଇଁତଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ସଇଁତଲା ଥାନା କେସ ନଂ ୩୪୧/୨୪ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here