ସର୍ପା ଘାତରେ ଯୁବକ ମୃତ

0
20

ଟିଟିଲାଗଡ଼,୧୨/୦୭/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବ୍ଲକ ଖୋଲାଣ ପଞ୍ଚାୟତ ଅନ୍ତର୍ଗତ ସିଆଲଝୁଡୁଙ୍ଗି ଗ୍ରାମର ଋଷି ଜେନାଙ୍କ ପୁତ୍ର ବାବୁଲା ଜେନା(୩୬)ଙ୍କ ସର୍ପାଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଜେନା  ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ କଳା ରଙ୍ଗର ବିଷାକ୍ତ ସାପ ତାଙ୍କ ବିଛଣାକୁ ଚଢ଼ି ଦଂଶନ କରିଥିଲା ।ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ବଲାଙ୍ଗିର ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି । 

LEAVE A REPLY

Please enter your comment!
Please enter your name here