ଛାତ୍ରଛାତ୍ରୀଙ୍କ ଆଡମିଶନ ଟଙ୍କା ଆତ୍ମସାତ ଅଭିଯୋଗରେ ଜେଲ ଗଲେ ଯୁବକ

0
81

ଟିଟିଲାଗଡ଼,୨୫/୦୮(ଜେଏନ୍ଏସ୍): ଛାତ୍ରଛାତ୍ରୀଙ୍କ ଆଡ଼ମିଶନ ପାଇଁ ଉଦ୍ଧିଷ୍ଟ ଅନଲାଇନ ପ୍ରକ୍ରିୟା ଯୋଗୁଁ କମ୍ପୁଟର ସେଣ୍ଟର ଖୋଲି କିଛି ଦଲାଲ ଛାତ୍ର ଛାତ୍ରୀଙ୍କ ଟଙ୍କା ଆତ୍ମସାତ କରୁଥିବା ଦେଖିବାକୁ ମିଳିଛି । ଏହିପରି ଏକ ଘଟଣାରେ     ଟିଟିଲାଗଡ଼ ଡି.ଏ.ଭି. କଲେଜ ସମ୍ମୁଖରେ ଥିବା ଏକ ଅନଲାଇନ କମ୍ପ୍ୟୁଟର ସେଣ୍ଟରର ମାଲିକକୁ ଜେଲ ଯିବାକୁ ପଡ଼ିଛି ।ସୂଚନା ଅନୁଯାୟୀ ଡି.ଏ.ଭି. ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯିବା ପାଇଁ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୪ ହଜାର ଟଙ୍କା ଲେଖାଏଁ କଲେଜ ସମ୍ମୁଖରେ ଥିବା କମ୍ପ୍ୟୁଟର ସେଣ୍ଟରର ପରିଚାଳକ ଅବିନାଶ ସାହୁଙ୍କୁ ଦେଇଥିଲେ । ତେବେ ଏହି ଛାତ୍ରଛାତ୍ରୀଙ୍କୁ ଫିଜ ଭରି ନଥିବା ନେଇ କଲେଜ ପକ୍ଷରୁ ନୋଟିସ ଆସିବା ପରେ ସଂପୃକ୍ତ କମ୍ପ୍ୟୁଟର ସେଣ୍ଟର ମାଲିକ ଅବିନାଶ ସାହୁ ଚଞ୍ଚକତା କରି ଟଙ୍କା ହଡପ କରିଥିବା ଜଣାପଡିଥିଲା । ଘଟଣା କୁ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଅଭିନାଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । 

LEAVE A REPLY

Please enter your comment!
Please enter your name here