ବିଜେପିରେ ସାମିଲ ହେଲେ ଜଗୁଆ ପଞ୍ଚାୟତର ଯୁବଗୋଷ୍ଠୀ

0
102

ଟିଟିଲାଗଡ଼,୧୭/୫ (ଜେଏନ୍ଏସ୍), ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ବୀରବର ସାହୁ ଓ ସୁଦାମ ମହାରଣାଙ୍କ ନେତୃତ୍ୱରେ ଜଗୁଆ ପଞ୍ଚାୟତ ଦର୍ଲୋ ଗ୍ରାମର ଜ୍ୟୋତି ବିଶି, ନରେଶ ସାଗର, କିରଣ କୁମ୍ଭାର, ତରୁଣ କୁମ୍ଭାର ପ୍ରମୁଖଙ୍କ ସହ ବହୁ ଯୁବକ ପରିବର୍ତ୍ତନର ନାରା ଦେଇ ବିଜେପିରେ ଯୋଗ ଦେଇଥିଲେ ।

ଟିଟଲାଗଡ଼ ପୌର ଅଧ୍ୟକ୍ଷା ମମତାଦେବୀ ଜୈନ ଦଳୀୟ ଉତ୍ତରୀୟଦେଇ ସମସ୍ତଙ୍କୁ ଦଳକୁ ସ୍ଵାଗତ କରିଥିଲେ । ଦଳରେ ସାମିଲ ହୋଇଥିବା ନବାଗତ ଯୁବଗୋଷ୍ଠୀ ଅଞ୍ଚଳର ବାସ୍ତବ ବିକାଶ ପାଇଁ ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ସାଂସଦ ପ୍ରାର୍ଥୀ ସଙ୍ଗୀତା ସିଂ ଦେଓଙ୍କୁ ବିଜୟୀ କରାଇବାକୁ ତଥା ଦଳକୁ ଶଶକ୍ତ କରିବା ନେଇ କାର୍ଯ୍ୟକରିବାକୁ ନିଷ୍ପତି ନେଇଥିଲେ ।

LEAVE A REPLY

Please enter your comment!
Please enter your name here