ଟିଟିଲାଗଡ଼ରୁ ୨୦ କ୍ଵିଣ୍ଟାଲ ଆମ୍ବ ଦିଲ୍ଲୀକୁ ଚାଲାଣ

0
60

ଟିଟିଲାଗଡ଼,୨୫/୫ (ଜେଏନ୍ଏସ୍), ସ୍ଥାନୀୟ ଅଞ୍ଚଳରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟରତ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ‘ଆଶା’ର ତତ୍ତ୍ୱାବଧାନରେ ଶନିବାର ଟିଟିଲାଗଡ ରେଳଷ୍ଟେସନରୁ ୨୦ କ୍ଵିଣ୍ଟାଲ ଆମ୍ବ ଦିଲ୍ଲୀକୁ ଚାଲାଣ ହୋଇଛି । ‘ଆଶା’ ତତ୍ତ୍ୱାବଧାନରେ ଫାରମିଙ୍ଗ କମ୍ପାନୀ ବଲାଙ୍ଗିର, ଜାଡେନ ଟିଟିଲାଗଡ, ସମ୍ବଳଶକ୍ତି ଡୁଙ୍ଗୁରିଗୁଡ଼ାର ଉଦ୍ୟମରେ ଟିଟିଲାଗଡ଼ ଅଞ୍ଚଳର ଆମ୍ବଚାଷୀମାନଙ୍କଠାରୁ ଉନ୍ନତମାନର ଆମ୍ବ ସଂଗ୍ରହ କରାଯାଇଥିଲା । ଶନିବାର ଟିଟିଲାଗଡ଼ରୁ ସମତା ଏକ୍ସପ୍ରେସ ଯୋଗେ ଦିଲ୍ଲୀ ସ୍ଥିତ ମଦର ଦାୟରୀକୁ ଚାଲାଣ ହୋଇଥିଲା । ‘ଆଶା’ ଅନୁଷ୍ଠାନର ଏହି ପ୍ରୟାସ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଆମ୍ବଚାଷୀମାନେ ଉପକୃତ ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି ପ୍ରକିୟା ଜାରି ରଖିବାକୁ ‘ଆଶା’ ଅନୁଷ୍ଠାନର ସଞ୍ଜୀବ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆମ୍ବ ଚାଲାଣରେ ଜାଡେନର ସିଇଓ ଶମ୍ଭୁ ବେନିଆ,ସମ୍ବଳ ଶକ୍ତିର ପରମେଶ୍ୱର ରଣା, ମଧୁମିତା ପଟ୍ଟନାୟକ, ପିତାମ୍ବର କୁମ୍ଭାର, ବିକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here