ବିଭିନ୍ନ ସ୍ଥାନରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

0
46

ଟିଟିଲାଗଡ଼,୨୭/୦୧/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରଠାରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଆୟୋଜିତ ଉତ୍ସବରେ ସାମ୍ବାଦିକ ମନୋଜ ଶତପଥୀ ମୁଖ୍ୟ ଅତିଥି, ବିଦ୍ୟାଳୟର ନିର୍ଦ୍ଦେଶକ ସୁଧୀର ସାହୁ ଓ ସାମ୍ବାଦିକ ସୁଧୀର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଶତପଥୀ ପତାକା ଉତ୍ତୋଳନ କରିବା ସହ ଦେଶରେ ସମ୍ବିଧାନ ପ୍ରଣୟନରେ ମହାପୁରୁଷଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ବ୍ଲକପଡା ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଞ୍ଚଳର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ଜୈନ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ସତ୍ୟବ୍ରତ ପଣ୍ଡା ଓ ଅଧ୍ୟକ୍ଷ ବିମଳ ଦୀପ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ଶର୍ମିଲା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିନ୍ଦୁ କଟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ରାଜେଶ ବାଗ, ଶିକ୍ଷୟତ୍ରୀ ବାସନ୍ତୀ ନାଗ, ନିରୁପମା ସେଠ, ସାହୀନ ବେଗମ, ସ୍ମିତାମୟୀ ଛତ୍ତର, ସ୍ୱପ୍ନା ଲାକ୍ରା ଏବଂ କର୍ମଚାରୀ ସରସ୍ୱତୀ ସାଗର ଓ ଗୌରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

ଟାଟା ପାୱାର କାର୍ଯ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହ ଦିବସର ମହନୀୟତା ସମ୍ଵନ୍ଧରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ନିଜ କାର୍ଯ୍ୟ ପ୍ରତି କର୍ତ୍ତବ୍ୟରତ ରହି ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ କହିଥିଲେ । କାର୍ଯ୍ୟକ୍ରମରେ ଏସଡିଓ ବିନୟ କୁମାର ପାଣିଗ୍ରାହୀ, ଯନ୍ତ୍ରୀ ସଂଜୀବ ପ୍ରଧାନ, ଏଷ୍ଟିମେଟର ମଧୁସୂଦନ ରାଉତ, ଅଭିଜିତ ଦାସ, ଭଜନ ବାନଛୋର, ପ୍ରସନ୍ନ ଜାଲ, ଚୈତନ୍ୟ ମିଶ୍ର ପ୍ରମୁଖଙ୍କ ସହ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ବିଧାୟକ ନବୀନ ଜୈନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ଟିଟିଲାଗଡ଼ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ଦଳୀୟ କର୍ମୀ ଓ ନେତାଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ । 

 

LEAVE A REPLY

Please enter your comment!
Please enter your name here