ବଲାଙ୍ଗିର,୨୬/୦୭ (ଜେଏନ୍ଏସ୍) : ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଆଜି ବଲାଙ୍ଗୀର ଲୋୟରସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ଇଂ.ସୁନିଲ କୁମାର ରାଉତଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲ୍ଲାନ୍ସ ବିଭାଗ ଚଢାଉ କରିଛି । ଏହା ସହିତ ଭୁବନେଶ୍ୱର, କଟକ, ଅନୁଗୁଳରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ସମ୍ପତ୍ତି ଯାଞ୍ଚ କରୁଛି । ଇଂ.ରାଉତଙ୍କ ନାମରେ ଭୁବନେଶ୍ୱର କୋର୍ଟର ସର୍ଚ୍ଚୱାରେଣ୍ଟ ନେଇ ଭିଜିଲାନ୍ସ ବିଭାଗର ୨ଜଣ ଅତିରିକ୍ତ ଏସପି, ୮ଜଣ ଡିଏସ୍ପି ୬ଜଣ ଇନ୍ସପେକ୍ଟର,୧୦ଜଣ ଏଏସଆଇ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ୯ଟି ସ୍ଥାନରେ ଚଢାଉ ଚାଲୁରହିଛି । ବଲାଙ୍ଗିରରେ ଚଢାଉ କରୁଥିବା ଟିମ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । କିନ୍ତୁ କଣ ସବୁ ମିଳିଛି କିମ୍ବା କଣ କଣ ଯାଞ୍ଚ ହୋଇଛି ସେନେଇ ଗଣମାଧ୍ୟମକୁ ତ୍ନ୍କାରୀ ଟିମ କୌଣସି ସୂଚନା ଦେଉନାହାଁନ୍ତି । ଯନ୍ତ୍ରୀ ଇଂ.ରାଉତଙ୍କ ଭୁବନେଶ୍ୱର ନୀଳାଦ୍ରୀବିହାରର ଏକ ତିନିମହଲାକୋଠା, ନୟାପଲ୍ଲୀରେ ଦୁଇ ମହଲା କୋଠା, ଭି.ଆଇ.ପି. ରୋଡ ଓ ଗ୍ରାଣ୍ଡରୋଡ ପୁରୀରେ ଦୁଇଟି ଫ୍ଲାଟ, ତାଙ୍କ ପୈତୃକ ଘର କଟକ ଗୁରୁଡ଼ିଝଟିଆ ଘର, ଅନୁଗୁଳ କିଶୋରନଗରରେ ତାଙ୍କ ପୁଅଙ୍କ ଘର, ଭୁବନେଶ୍ୱର ନୟାପଲ୍ଲିରେ ତାଙ୍କର ଜଣେ ସମ୍ପର୍କିୟଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଇଂ.ସୁନୀଳ ରାଉତଙ୍କ ସ୍ୱର୍ଗତ ବାପା ମଧ୍ୟ ଜଣେ ନିର୍ବାହୀଯନ୍ତ୍ରୀ ଥିଲେ । ସେଥିପାଇଁ ତାଙ୍କର ପୈତୃକ ସମ୍ପତ୍ତି ରହିଆସିଥିଲା । ଆଉ ଏବେ ତାଙ୍କ ପୁଅ ମଧ୍ୟ ଜଣେ ଡାକ୍ତର ଅଛନ୍ତି । ସେହି ଦୃଷ୍ଟିରୁ ଇଂ.ରାଉତଙ୍କ କେତେ ଧଳା ସମ୍ପତ୍ତି ଓ କେତେ କଳା ସମ୍ପତ୍ତି ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ସେ ଗତ ଦୁଇବର୍ଷ ହେବ ବଲାଙ୍ଗିର ଲୋୟରସୁକତେଲ ଜଳସେଚନ ପ୍ରକଲ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ରହିଆସିଥିଲେ । ଏହି ସମୟ ମଧ୍ୟରେ ଲୋୟରସୁକତେଲ ପ୍ରକଳ୍ପର ସ୍ପିଲୱେ ଓ ଡେମକାମ ତ୍ୱରାନ୍ୱିତ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟନ କରାଇ ପ୍ରଶଂସିତ ମଧ୍ୟ ହୋଇଥିଲେ ।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.