ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗ : ଲୋୟରସୁକତେଲ ମୁଖ୍ୟନିର୍ମାଣଯନ୍ତ୍ରୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

0
64

ବଲାଙ୍ଗିର,୨୬/୦୭ (ଜେଏନ୍ଏସ୍) : ଆୟବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଆଜି ବଲାଙ୍ଗୀର ଲୋୟରସୁକତେଲ ଜଳସେଚନ ପ୍ରକଳ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ଇଂ.ସୁନିଲ କୁମାର ରାଉତଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲ୍ଲାନ୍ସ ବିଭାଗ ଚଢାଉ କରିଛି । ଏହା ସହିତ ଭୁବନେଶ୍ୱର, କଟକ, ଅନୁଗୁଳରେ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରି ସମ୍ପତ୍ତି ଯାଞ୍ଚ କରୁଛି । ଇଂ.ରାଉତଙ୍କ ନାମରେ ଭୁବନେଶ୍ୱର କୋର୍ଟର ସର୍ଚ୍ଚୱାରେଣ୍ଟ ନେଇ ଭିଜିଲାନ୍ସ ବିଭାଗର ୨ଜଣ ଅତିରିକ୍ତ ଏସପି, ୮ଜଣ ଡିଏସ୍ପି ୬ଜଣ ଇନ୍ସପେକ୍ଟର,୧୦ଜଣ ଏଏସଆଇ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ନେଇ ୯ଟି ସ୍ଥାନରେ ଚଢାଉ ଚାଲୁରହିଛି । ବଲାଙ୍ଗିରରେ ଚଢାଉ କରୁଥିବା ଟିମ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କ ବାସଭବନ ଓ କାର୍ଯ୍ୟାଳୟକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି । କିନ୍ତୁ କଣ ସବୁ ମିଳିଛି କିମ୍ବା କଣ କଣ ଯାଞ୍ଚ ହୋଇଛି ସେନେଇ ଗଣମାଧ୍ୟମକୁ ତ୍ନ୍‌କାରୀ ଟିମ କୌଣସି ସୂଚନା ଦେଉନାହାଁନ୍ତି । ଯନ୍ତ୍ରୀ ଇଂ.ରାଉତଙ୍କ ଭୁବନେଶ୍ୱର ନୀଳାଦ୍ରୀବିହାରର ଏକ ତିନିମହଲାକୋଠା, ନୟାପଲ୍ଲୀରେ ଦୁଇ ମହଲା କୋଠା, ଭି.ଆଇ.ପି. ରୋଡ ଓ ଗ୍ରାଣ୍ଡରୋଡ ପୁରୀରେ ଦୁଇଟି ଫ୍ଲାଟ, ତାଙ୍କ ପୈତୃକ ଘର କଟକ ଗୁରୁଡ଼ିଝଟିଆ ଘର, ଅନୁଗୁଳ କିଶୋରନଗରରେ ତାଙ୍କ ପୁଅଙ୍କ ଘର, ଭୁବନେଶ୍ୱର ନୟାପଲ୍ଲିରେ ତାଙ୍କର ଜଣେ ସମ୍ପର୍କିୟଙ୍କ ଘରେ ମଧ୍ୟ ଚଢାଉ ଚାଲିଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ମିଳିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଇଂ.ସୁନୀଳ ରାଉତଙ୍କ ସ୍ୱର୍ଗତ ବାପା ମଧ୍ୟ ଜଣେ ନିର୍ବାହୀଯନ୍ତ୍ରୀ ଥିଲେ । ସେଥିପାଇଁ ତାଙ୍କର ପୈତୃକ ସମ୍ପତ୍ତି ରହିଆସିଥିଲା । ଆଉ ଏବେ ତାଙ୍କ ପୁଅ ମଧ୍ୟ ଜଣେ ଡାକ୍ତର ଅଛନ୍ତି । ସେହି ଦୃଷ୍ଟିରୁ ଇଂ.ରାଉତଙ୍କ କେତେ ଧଳା ସମ୍ପତ୍ତି ଓ କେତେ କଳା ସମ୍ପତ୍ତି ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ସେ ଗତ ଦୁଇବର୍ଷ ହେବ ବଲାଙ୍ଗିର ଲୋୟରସୁକତେଲ ଜଳସେଚନ ପ୍ରକଲ୍ପର ମୁଖ୍ୟନିର୍ମାଣଯନ୍ତ୍ରୀ ରହିଆସିଥିଲେ । ଏହି ସମୟ ମଧ୍ୟରେ ଲୋୟରସୁକତେଲ ପ୍ରକଳ୍ପର ସ୍ପିଲୱେ ଓ ଡେମକାମ ତ୍ୱରାନ୍ୱିତ କରାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟନ କରାଇ ପ୍ରଶଂସିତ ମଧ୍ୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here