ବଲାଙ୍ଗିର ଜିଲ୍ଲାସ୍ତରୀୟ ବେଡମିଣ୍ଟନ ଚମ୍ପିୟନସିପ ଉଦଘାଟିତ : ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ଯୋଗଦାନ।

0
65

ବଲାଙ୍ଗିର,୨୬/୦୭ (ଜେଏନ୍ଏସ୍) : ଗତକାଲି ଠାରୁ ବଲାଙ୍ଗିର ପି.ଆର୍. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ବେଡମିଣ୍ଟନ ଚମ୍ପିୟାନସିପ୍ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଶୀବାଜୀ ଗୌରବ ଇସଲୱାର ମୁଖ୍ୟଅତିଥି ଓ ଏସପି ଋଷିକେଶ ଦ୍ୟାନ ଖିଲାରୀ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ଜୁଲାଇ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚମ୍ପିୟାନସିପ ପ୍ରତିଯୋଗୀତାରେ ବଲାଙ୍ଗୀର ଜିଲ୍ଲାର  ପାଟଣାଗଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼ ସମେତ ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ଉଭୟ ପୁରୁଷ ଓ ମହିଳା ବର୍ଗରେ ସିଙ୍ଗଲଲ୍ସ ଓ ଡବଲ୍ସ ଚମ୍ପିୟାନସିପ୍ ପ୍ରତିଯୋଗୀତା ହେବ । 

ପି.ଆର୍. ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱ ଓ ଜିଲ୍ଲା ବେଡମିଣ୍ଟନ ଏସୋସିଏସନର ସଂପାଦକ ସୁରୁଲାଲ ମଟାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଶିବାଜୀ ଗୌରବ ଇସଲୱାର,ସମ୍ମାନୀତ ଅତିଥି ଭାବରେ ଏସପି ଋଷିକେଶ ଦ୍ୟାନ ଖିଲାରୀ, ପିଆରହାଇସ୍କୁଲର ପ୍ରଧାନଶିକ୍ଷୟୀତ୍ରୀ ସନ୍ତୋଷିନୀ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଘ, ଜିଲ୍ଲା ବେଡମିଣ୍ଟନ ଅସୋସିଏସନର ସଭାପତି ଗୋପାଳ ପଣ୍ଡା, ଉପସଭାପତି ଘନଶ୍ୟାମ ମିଶ୍ର ଞ୍ଚାସୀନ ଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ଓ ଜିଲ୍ଲା ବେଡମିଣ୍ଟନ ଏସୋସିଏସନ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଚମ୍ପିୟନସିପକୁ ୧୨ଜଣ ଟିଓ ପରିଚାଳନା କରୁଥିବା ବେଳେ ୪ଜଣ ରେଫରି ରହିଛନ୍ତି । ଜିଲ୍ଲାସ୍ତରରେ ଏଭଳି ଏକ ଅତ୍ୟାଧୁନିକ ଇଣ୍ଡୋରଷ୍ଟାଡିୟମ ଥିବାରୁ ଛାତ୍ରଛାତ୍ରୀ ଓ କ୍ରୀଡାବିଦମାନେ ନିଶ୍ଚୟ ଏହାର ସୁଫଳ ପାଇବେ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର କହିଥିଲେ । ସୁରୁଲାଲ ମଟାରୀ କାର୍ଯ୍ୟକ୍ରମ ଓ ଚାମ୍ପୟନସିପ ବିଷୟରେ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here