ଶ୍ରମ କାର୍ଡ ଅନୁସନ୍ଧାନ ଶିବିର ଅନୁଷ୍ଠିତ

0
77

ଟିଟିଲାଗଡ଼,୦୯/୦୮(ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ବାଞ୍ଜୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଣ ସଙ୍ଗଠିତ ଶ୍ରମିକଙ୍କ ଶ୍ରମ କାର୍ଡ ଅନୁସନ୍ଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରମିକ ସୂଚନା ଓ ସହାୟତା କେନ୍ଦ୍ର ଏବଂ ଅଗ୍ରଣୀ ବେସରକାରୀ ଅନୁଷ୍ଠାନ ଆକ୍ସନ ଏଡ୍ ପକ୍ଷରୁ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଶ୍ରମ ଅଧିକାରୀ ସୋନମ୍ ଅଗ୍ରୱାଲ ଯୋଗଦେଇ ଉପସ୍ଥିତ ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ବିଭିନ୍ନ ପଞ୍ଚାୟତର ୪୦ ଜଣ ଶ୍ରମିକ ଯୋଗଦେଇଥିଲେ । ଆସନ୍ତା ଦିନରେ ଶ୍ରମିକଙ୍କ ଲେବର କାର୍ଡ ପ୍ରଦାନ କରାଯିବା ସହ ସେମାନଙ୍କୁ ସଚେଚନ କରାଯିବା ନେଇ ଅତିରିକ୍ତ ଶ୍ରମ ଅଧିକାରୀ ପ୍ରକାଶ କରିଥିଲେ । ଶିବିର ପରିଚାଳନାରେ ମୁରଲୀ ଚରଣ ଦାସ, ଭୁପେନ୍ଦ୍ର ରଣା, ସଞ୍ଜୀବ ରଣା, ଜ୍ୟୋତିର୍ମୟୀ ଦହଲ, ତୃପ୍ତିମୟୀ ପ୍ରଧାନ, ଭାରତ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।  

LEAVE A REPLY

Please enter your comment!
Please enter your name here