ଆଦିବାସୀ ସଂଘ ପକ୍ଷରୁ “ବିଶ୍ଵ ଆଦିବାସୀ ଦିବସ ପାଳିତ” ଉପଜିଲ୍ଲାପାଳଙ୍କୁ ୭ ଦଫା ଦାବୀପତ୍ର ପ୍ରଦାନ ।

0
92

ଟିଟିଲାଗଡ଼,୦୯/୦୮(ଜେଏନ୍ଏସ୍) :  ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବ୍ଲକ ସଭାପତି ପଦ୍ମନ୍ ପ୍ରଧାନିଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବହୁ ସଂଖ୍ୟକ ଆଦିବାସୀ ଯୋଗଦେଇ ସାଂପ୍ରତିକ ସ୍ଥିତିରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଆଦିବାସୀ ଭବନ ଠାରୁ ବହୁ ସଂଖ୍ୟାରେ ଆଦିବାସୀମାନେ ପାରମ୍ପରିକ ବାଦ୍ୟ ଓ ଅସ୍ତ୍ର ଶସ୍ତ୍ର  ସହ ବିଶାଳ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେରେ ପହଞ୍ଚି ସଂଘ ପକ୍ଷରୁ ୭ ଦଫା ଦାବୀ ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସହାୟକ ଉପଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କୁ ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଉଲ୍ଲେଖ ଦାବୀଗୁଡ଼ିକ ମଧ୍ୟରେ  ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ସୁବିଧା ହାତେଇବା ଉଦ୍ଦେଶ୍ୟରେ ଆଦିବାସୀ ଝିଅଙ୍କୁ ପ୍ରଲୋଭିତ କରି ବିବାହ କରିବା, ଚଞ୍ଚକତା କରି ଆଦିବାସୀ କୋଟାରେ ସରକାରୀ ଚାକିରି ହାତେଇ ଥିବା କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରିବା, ଅଣଆଦିବାସୀଙ୍କୁ ଆଦିବାସୀ ତାଲିକାରେ ସାମିଲ ପ୍ରକ୍ରିୟା ବନ୍ଦ କରିବା, ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରିବା, ଛାତ୍ର ବୃତ୍ତି ବୃଦ୍ଧି କରିବା, ଭୂମିହୀନ ଆଦିବାସୀଙ୍କୁ ଚିହ୍ନଟ କରି ସରକାରୀ ଜମି ପ୍ରଦାନ କରିବା, ଆଦିବାସୀ ଚାଷୀଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ସହ ୧୦ ଲକ୍ଷ ବିନା ସୁଧରେ କୃଷି ଋଣ ଯୋଗାଇବା ଆଦି ପ୍ରମୁଖ ଦାବୀ ରହିଛି ।କାର୍ଯ୍ୟକ୍ରମରେ ବ୍ଲକ ସଭାପତି ପଦ୍ମନ୍ ପ୍ରଧାନି, ନିତ୍ୟାନନ୍ଦ ମାଝୀ, ଥବିର ପୁଝାରୀ, ସୁନିଲ ମାଝୀ, ବିକ୍ରମ ଭୋଇ, ଚଞ୍ଚଳା ମାଝୀ, ମାହେଶ୍ୱରୀ ମାଝୀ, ଧନମତ ମାଝୀ, ଜଗନ୍ନାଥ ମାଝୀ, ପ୍ରେମଲାଲ ଜାନି ପ୍ରମୁଖଙ୍କ ସହ ଶତାଧିକ ଆଦିବାସୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here