ନେତୃତ୍ୱ ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
106

ଟିଟିଲାଗଡ଼,୨୨/୦୮(ଜେଏନ୍ଏସ୍): ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଗୁରୁବାର ମାନବ ଅଧିକାର କର୍ମୀଙ୍କ ନେତୃତ୍ୱ ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ବେସରକାରୀ ସଂସ୍ଥା ଏକ୍ସନଏଡ ଓ ଜନ ଜାଗରଣ ଦାଦନ ସଂଘ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଟିଟିଲାଗଡ଼ ଓ  ମୁରିବାହାଲ ବ୍ଲକର ୮ଟି ପଞ୍ଚାୟତର କର୍ମୀ ଯୋଗଦେଇଥିଲେ । ଶିବିରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆବାହକ ସରୋଜ କୁମାର ମହାନ୍ତି ଯୋଗଦେଇ ୪୫ ଜଣ ପୁରୁଷ ଓ ମହିଳା କର୍ମୀଙ୍କୁ ପ୍ରଶିକ୍ଷିତ କରିଥିଲେ । ତାଲିମ ପ୍ରଦାନ କରିଥିଲେ । ସଚେତନତା ଓ ନୂତନ ନେତୃତ୍ଵ ସୃଷ୍ଟି କରିବା ଏହି ଶିବିରରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏକ୍ସନଏଡ୍ ର ମୁରଲୀ ଚରଣ ଦାସ ଉଲ୍ଲେଖ କରିଥିଲେ । ଶିବିର ପରିଚାଳନାରେ ଅନୁଷ୍ଠାନର ସଞ୍ଜୀବ ରଣା, ଜ୍ୟୋତିର୍ମୟୀ ଦହଳ, ତୃପ୍ତିମୟୀ ପ୍ରଧାନ, ଭୂପେନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here