ବିଜେଡ଼ି ପକ୍ଷରୁ ଜନ ସଚେତନତା ସଭା ଅନୁଷ୍ଠିତ

0
108

ଟିଟିଲାଗଡ଼,୦୨/୦୯,(ଜେଏନଏସ), ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଟିଟିଲାଗଡ ବିଜୁ ଜନତା ଦଳ ପକ୍ଷରୁ ଏକ  ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ବିଜେଡି ନେତା ରାଜେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ ସଚେତନତା ସଭାରେ ସ୍ଥାନୀୟ ବିଜେଡି ନେତା ଯୋଗଦେଇ ବିଜେପି ସରକାର ନିର୍ବାଚନୀ ପ୍ରତିଶୁତି ପାଳନ କରୁ ନ ଥିବା ନେଇ ଅଭିଯୋଗ କରିଥିଲେ।ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ କୁ ନେଇ ବିଜେଡି ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡ଼ି ସଭାପତି ପଦ୍ମଲୋଚନ ପୋଢ଼, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ, ଉପାଧ୍ୟକ୍ଷ ଜଗତରାମ ରଣା, ପ୍ରେମ ଜୈନ, ବିକାଶ ପାଣିଗ୍ରାହୀ, ରଣଜିତ ପୃଷ୍ଟି, ଧ୍ରୁବ ଚରଣ ସାହୁ, ରୁପେଶ ରାଜୁ, ଜ୍ଞାନରଞ୍ଜନ ସରାଫ, ଯୋଗେଶ୍ୱର ଟାକ୍ରି, ଭିକ ରଣା,ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ସିମାଞ୍ଚଲ ବେନୁଆ, ସମିତି ସଭ୍ୟା ଧିର ରଣା, ପବନ ଗୁପ୍ତା, କମଲ ରଣା, ତୁଳସୀ ବଚ୍ଛା, ପ୍ରମିଳା ବାଗ, ଲତା ଜାନି, ଜାହ୍ନଵୀ ପ୍ରଧାନ, ଗୀତାଞ୍ଜଳି ମାଝୀ, ହର ଥାଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here