ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

0
120

ସଇଁତଳା,୦୨/୦୯,(ଜେଏନଏସ),ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ କାଲକୁଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଥିବା ଏକ ଶବକୁ ପୁଲିସ ଉଦ୍ଧାର କରିଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ ସଇଁତଲା ଥାନା କେସ ନଂ ୧୦/୨୪ ଅନ୍ତର୍ଗତ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ଟିଟିଲାଗଡ଼ ସହରର ସର୍ଗିଗୁଡା ମଦନଲାଲ ଛକ ନିବାସୀ ଉତ୍ତମ ନାଗ(୩୬) ବୋଲି ଜଣାପଡିଛି । ମୃତ ଯୁବକ ଜଣକ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସେ ୨ ଦିନ ଧରି ନିଖୋଜ ଥିବା ପରିବାର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରୁ ମୃତକଙ୍କ ବାଇକ ଜବତ ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟି ଫିକ ଟିମର ରିପୋର୍ଟ ଆସିବା ପରେ ଜଣାପଡିବା ନେଇ ସଇଁତଳା ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ସୂଚନା ଦେଇଛନ୍ତି ।  

LEAVE A REPLY

Please enter your comment!
Please enter your name here