ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ

0
72

ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବ୍ଲକ ଅନ୍ତର୍ଗତ କରମତଲା ବୁଢାରାଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବଜ୍ରପାତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ କାର୍ଯାଳୟ ଓ ଜିଲ୍ଲା ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବଜ୍ରପାତରୁ ରକ୍ଷା ପାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ ଓ ଆବଶ୍ୟକୀୟ ସଚେତନତା ସମ୍ଵନ୍ଧରେ ପ୍ରଶିକ୍ଷକ ରାମ ନାରାୟଣ ଦାସ ପ୍ରଶିକ୍ଷଣ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ଵିତୀକୃଷ୍ଣ ପ୍ରଧାନ ସଭାର ସଭାପତିତ୍ୱ କରିଥିଲେ । ବଜ୍ରପାତରୁ ରକ୍ଷା ପାଇଁ କେତେକ ଉପାୟ ପ୍ରଦର୍ଶନ କରାଯିବା ସହ ଏଥିପାଇଁ ଉଦ୍ଧିଷ୍ଟ ସତର୍କ ଆପର ବ୍ୟବହାର ସମ୍ଵନ୍ଧରେ ସଚେତନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ସର୍ତକ ଆପ ଡାଉନଲୋଡ କରିଥିଲେ । ସେହିପରି ସର୍ପା ଘାତ ପ୍ରତିକାର ସମ୍ଵନ୍ଧରେ ମଧ୍ୟ ଶ୍ରୀ ଦାଶ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ୨୮୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଗଣନାଥ ବୁଡ଼େକ, ସୁନୀଲ କୁମାର ଭୋଇ, ଛନ୍ଦାଚରଣ ସେଠ, ସୁରେଶ ଚନ୍ଦ୍ର ପ୍ରଧାନ, ବିବେକାନନ୍ଦ ସୁନାନୀ, ହେମନ୍ତ କରନ, ଦିପାଞ୍ଜଳି ସାହୁ, ରାଧାରାଣୀ ଶତପଥି, ପ୍ରତିଭା ମନହୀରା, ରେସ୍ମା ଗଡତ୍ୟା, ଜ୍ୟୋତିର୍ମୟୀ ମାଝୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ସୁନୀଲ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । 

LEAVE A REPLY

Please enter your comment!
Please enter your name here