ଯୁବ କଳାକାରଙ୍କ ବିୟୋଗରେ ଶୋକସଭା

0
101

ସଇଁତଳା,୧୩/୦୯,(ଜେଏନଏସ),ସଇଁତଳା ବିବେକାନନ୍ଦ ନାଟ୍ୟ ସଂସଦ ଓ ବିବେକାନନ୍ଦ ଯୁବ ସଂଘ ପକ୍ଷରୁ ସ୍ଥାନୀୟ ଯୁବ କଳାକାର ସ୍ବର୍ଗତ କ୍ଷେତ୍ର ମୋହନ ସାହୁଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ସାହୁ ରାମଲୀଳା, ଘଣ୍ଟାପାଟି, ଦୁର୍ଗାପୂଜା କମିଟି, ଶିବରାତ୍ରୀ କମିଟି, ନାଟ୍ୟ ସଂସଦ କମିଟି ଆଦି ପ୍ରମୁଖ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସେ ଡେଙ୍ଗୁ ରୋଗରେ ପୀଡିତ ହୋଇ ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ହୋଇଥିଲା । ତାଙ୍କ ଅକାଳ ବିୟୋଗରେ ନାଟ୍ୟ ସଂସଦ କମିଟିର ଡକ୍ଟର ବିଶ୍ୱଜିତ ମିଶ୍ର, ଚନ୍ଦ୍ର ଚନ୍ଦନ, ରଜତ ପଟ୍ଟନାୟକ, ଅମରେଶ ସାହୁ, ସନ୍ୟାସୀ ସାହୁ, ଡୁଲା ସାହୁ, ରାଜକିଶୋର ସେଠ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here