ବଲାଙ୍ଗିର ପୌରାଞ୍ଚଳରେ ବିଜେଡିର ଜନସଂପର୍କ ଯାତ୍ରା

0
72

ବଲାଙ୍ଗିର,୦୫/୧୦,(ଜେଏନ୍ଏସ୍) ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗାନ୍ଧୀଜୟନ୍ତି ଠାରୁ ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପୌରାଞ୍ଚଳରେ ବିଜୁ ଜନତାଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବହୁ ସଂଖ୍ୟାରେ ପୁରୁଷ ମହିଳା ସ୍ଥାନୀୟ ବିଜୁପଟ୍ଟନାୟକ ପାର୍କଠାରୁ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ନିର୍ବାଚନ ସମୟରେ  ବୃଦ୍ଧାବୃଦ୍ଧାଙ୍କୁ ୩୦୦୦ ଟଙ୍କାର ଭତ୍ତା, ଗରୀବଙ୍କୁ ୩୦୦ୟୁନିଟ ବିଜୁଳି ଇତ୍ୟାଦିର ପ୍ରଲୋଭନ ଦେଖାଇ ବିଜେପି ଭୋଟ ହାତେଇ ଥିବା ଏବଂ ନିର୍ବାଚନୀ ପ୍ରତିଶୁତି ପାଳନ କରି ନ ଥିବା ଶ୍ରୀ ସିଂ ଦେଓ କହିଥିଲେ । ନବୀନ ସରକାର ଅମଳରେ ହୋଇଥିବା ବିକାଶକାମକୁ ଉଦଘାଟନ କରିବା, ପୂର୍ବତନ ସରକାରଙ୍କ ଯୋଜନା ଗୁଡ଼ିକର ନାମ ଓ ରଙ୍ଗ ପରିବର୍ତ୍ତନ କରାଯାଉଥିବା କଳିକେଶ କହିଥିଲେ । ତେବେ ନିର୍ବାଚନ ବେଳେ ବିଜେଡି ବଲାଙ୍ଗିର ବାସିଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଶ୍ଚୟ ପୂରଣ କରାଯିବ ବୋଲି ଶ୍ରୀ ସିଂଦେଓ ଗଣମାଧ୍ୟମକୁ କହିଛନ୍ତି । ଏହି ପଦଯାତ୍ରାରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବିଜୁମହିଳା ଜନତାଦଳର ସଭାନେତ୍ରୀ ଦମୟନ୍ତି ବାଗ, ବରିଷ୍ଠ ନେତା ଲକ୍ଷ୍ମଣ ମେହେର, ପ୍ରଭାସ ପାଣିଗ୍ରାହୀ, ଯୁବବିଜେଡିର ସଭାପତି ରାଜେନ୍ଦ୍ର ହୋତା, ଛାତ୍ରଜନତା ଦଳର ସଭାପତି ସୁମନ ନନ୍ଦ, ବଲାଙ୍ଗିର ନଗରସଭାପତି ଶମ୍ଭୁ ନାଗ, ପୂର୍ବତନ ସଭାପତି ନରସିଂହ ବାଗ, ଶିବ ବେହେରା, ମୁନୁ ପୋଢ, ମହେନ୍ଦ୍ର ବାଗ, ବରିଷ୍ଠନେତା କୈଳାଶ ମହାନ୍ତି, ଦେଓଗାଁ ବ୍ଲକ ସଭାପତି ସୁଶିଳ ଚାନ୍ଦ,ଧୃବ ଜୁଏଡ,ସଂଜୀବ ମିଶ୍ର,ଆଇଟିସେଲର ବିଭୁତିଭୁଷଣ ମିଶ୍ର,ସମସ୍ତ ବିଜେଡି କାଉନସିଲର, ସାଗରସଂଗମ ଶତପଥି,ସନ୍ତୋଷ ଦନ୍ତା,ଆଶୀର୍ବାଦ ସାହୁ,ମୁନ୍ନା ଖାନ,ଗୁଞ୍ଜ ଖାନ,ପ୍ରଦ୍ୟୁମ୍ନ ହୋତା,ଦେବଦତ୍ତ ବେହେରା, ଗୋପାଳ ଦାନୀ, ସୁଦାମ ସାହୁ ପ୍ରମୁଖଙ୍କ ସହ ବହୁସଂଖ୍ୟାରେ ପୁରୁଷ ମହିଳା ଯୋଗଦେଇଥିଲେ । 

LEAVE A REPLY

Please enter your comment!
Please enter your name here