ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ

0
69

ଟିଟିଲାଗଡ଼,୦୫/୧୦,(ଜେଏନ୍ଏସ୍) ଟିଟିଲାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବଣିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ ପାଢ଼ୀ ସଭାପତିତ୍ୱରେ ଆୟୋଜିତ ବୈଠକରେ ସହରର ବିଭିନ୍ନ ମୌଳିକ ସମସ୍ୟା ଓ ତାର ସମାଧାନକୁ ନେଇ ଆଲୋଚନା ହୋଇଥିଲା । ଟିଟିଲାଗଡ଼ ସହର ମଧ୍ୟରେ ଥିବା ସରକାରୀ ଡାକ୍ତରଖାନାକୁ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ମାନ୍ୟତା ଦେବାସହ ଡାକ୍ତରଖାନା ସ୍ଥାନାନ୍ତରଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏଥିସହ ପୁରାତନ ଡ଼ାକ୍ତରଖାନାରେ ୨୪ ଘଣ୍ଟିଆ ଆଉଟଡୋର ସେବା ଉପଲବ୍ଧ କରିବା, ଟିଟିଲାଗଡ଼ ସହରର ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗ୍ରୀଡ ସ୍ଥାପନା କରିବା, ସ୍ଥାନୀୟ ଡି ଏ ଭି କଲେଜ ଓ ମହିଳା ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବା ଦାବୀ ମଞ୍ଚ ପକ୍ଷରୁ ପ୍ରଶାସନ ନିକଟରେ ଉପସ୍ଥାପନା କରାଯିବା ନେଇ ପ୍ରସ୍ତାବ ଆଗତ ହୋଇଥିଲା । ସହରର ସମସ୍ତ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସ୍ଥାନୀୟ ବିଧାୟକଙ୍କୁ ନେଇ ନାଗରିକ ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ହୋଇଥିଲା । ଆୟୋଜିତ ବୈଠକରେ ସାଧାରଣ ସମ୍ପାଦକ ମୋହନ ଲାଲ ଜୈନ, ଉପସଭାପତି ଦୀପକ ସମାଜଦାର, ସାଙ୍ଗଠନିକ ସମ୍ପାଦକ ମନୋଜ ହାତୀ ପ୍ରମୁଖଙ୍କ ସହ ଅକ୍ଷୟ ବେହେରା, ଲକ୍ଷ୍ମୀକାନ୍ତ ମହାପାତ୍ର, ଘିନୂ ଆଡ଼ଜୁଆଡ, ପଦ୍ମନାଭ ବେହେରା, ରଘୁନାଥ ଠାକୁର, ଚିନ୍ତାମଣି ରଥ, ରାଜେନ୍ଦ୍ର ନାରାୟଣ ମିଶ୍ର, ଚିନ୍ତାମଣି ମହାପାତ୍ର, ରାମନାଥ ଖମାରି ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here