ଓ.ଏ.ଏସ୍. ପାଇଲେ ଶିକ୍ଷୟତ୍ରୀ

0
70

ଟିଟିଲାଗଡ଼,୨୦/୧୦,(ଜେଏନ୍ଏସ୍) ଓଡ଼ିଶା ରାଜ୍ୟ ସିଭିଲ ସର୍ଭିସ ପରୀକ୍ଷାରେ ଟିଟିଲାଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଢ଼ବାପଡ଼ା ଗ୍ରାମର ସରିତା ମାଝୀ ସଫଳତା ଲାଭ କରିଛନ୍ତି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପିତାମ୍ବର ମାଝୀ ଏବଂ ଗୃହିଣୀ ବିନୋଦିନୀ ମାଝୀଙ୍କ କନ୍ୟା ସରିତା ଗୁଖ୍ରୁଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ସରିତା ଅନଲାଇନ ମାଧ୍ୟମରେ ଓ.ଏ.ଏସ୍. କୋଚିଙ୍ଗ କରୁଥିଲେ । ଓ.ଏ.ଏସ୍. ପରୀକ୍ଷାରେ ୬୩୮ ନଂ ସ୍ଥାନ ଲାଭ ପରେ ସରିତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇଛି।  

LEAVE A REPLY

Please enter your comment!
Please enter your name here