ଟିଟିଲାଗଡ଼ ଡାକ୍ତରଖାନାରେ ଯୋଗଦେବେ ୪ ଡାକ୍ତର

0
70

ଟିଟିଲାଗଡ଼,୨୦/୧୦,(ଜେଏନ୍ଏସ୍) ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୪ଜଣ ନୂତନ ଡାକ୍ତର କାର୍ଯ୍ୟରେ ଯୋଗଦେବା ନେଇ ସୂଚନା ମିଳିଛି । ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ବିଭିନ୍ନ ବିଭାଗର ଡାକ୍ତର ଅଭାବ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବାବେଳେ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ଉଦ୍ୟମ କ୍ରମେ ୪ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିବା ନେଇ ସହରବାସୀଙ୍କ ମଧ୍ୟରେ ଖୁସି ପ୍ରକାଶପାଇଛି । ସୂଚନା ଅନୁଯାୟୀ ସତ୍ୟବ୍ରତ ଜେନା ଅସ୍ତ୍ରୋପ୍ରଚାର, ଲୋପାମୁଦ୍ରା ବିଶି ଚକ୍ଷୁ ବିଶେଷଜ୍ଞ, ସସ୍ମିତା ସାହୁ ପାଥୋଲୋଜି, ଅଙ୍କିତ ମହାପାତ୍ର ଅସ୍ଥିଶଲ୍ୟ ବିଭାଗରେ ନିଯୁକ୍ତ ହୋଇଛନ୍ତି । ଡାକ୍ତର ନିଯୁକ୍ତି ନେଇ ସହରବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ଜୈନ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ଜୈନ ରବିବାର ନିଜ ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ରେଳ ଷ୍ଟେସନ ଠାରେ ଶତାଧିକ ବିଜେପି କର୍ମୀ ଏକତ୍ରିତ ହୋଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । 

LEAVE A REPLY

Please enter your comment!
Please enter your name here