ରେଳ ମଣ୍ଡଳ ସାଂସଦ କମିଟି ବୈଠକ ; ଟିଟିଲାଗଡ଼ ଜଙ୍କସନର ବିଭିନ୍ନ ସମସ୍ୟା ଉପସ୍ଥାପନ କଲେ ନିରଞ୍ଜନ

0
76

ଟିଟିଲାଗଡ଼,୨୦/୧୦,(ଜେଏନ୍ଏସ୍) ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସଂସଦୀୟ କ୍ଷେତ୍ର ବୈଠକ ଝାରସୁଗୁଡ଼ା ହୋଟେଲ ମେ ଫେୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବିଭାଗୀୟ ବୈଠକରେ ରେଳବାଇ ମହା ପ୍ରବନ୍ଧକଙ୍କ ସହ ଓଡ଼ିଶା ଓ ଛତିଶଗଡ଼ର ସାଂସଦ ଯୋଗଦେଇଥିଲେ । ରେଳ ଭିତ୍ତିଭୂମିର ବିକାଶ ସହ ଅଞ୍ଚଳର ଯାତ୍ରୀଙ୍କ ସୁବିଧାକୁ ନେଇ ସାଂସଦମାନେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି  ଟିଟିଲାଗଡ଼ ରେଳ ଜଙ୍କସନରେ ଯାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ଉପସ୍ଥାପନା କରିଥିଲେ । ଦୁର୍ଗ ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ସ୍ଲିପର କୋଚ ସଂଖ୍ୟା ବୃଦ୍ଧି, ସମତା ଏକ୍ସପ୍ରେସ ଚଳାଚଳ ନିୟମିତ କରିବା, ପୁରୀ ସମ୍ବଲପୁର ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିରରୁ ଦିଲ୍ଲୀ ପ୍ରୟାଗରାଜକୁ ଟ୍ରେନ ଚଳାଚଳ, ସମ୍ବଲପୁର ବେଙ୍ଗାଲୁର ଏକ୍ସପ୍ରେସ ଟ୍ରେନକୁ ମହୀଶୂର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଜୁନାଗଡ଼ରୁ ନୁଆଁ ଦିଲ୍ଲୀକୁ ଟିଟିଲାଗଡ଼ ଦେଇ ରେଳ ଚଳାଚଳ, ବିନା ପଞ୍ଜିକରଣରେ ଦାଦନ ଚାଲାଣ ରୋକିବା ପାଇଁ ରେଲୱେ ଷ୍ଟେସନମାନଙ୍କରେ କଡାକଡି ଯାଞ୍ଚ, ଟିଟିଲାଗଡ଼ ରେଳ ଜଙ୍କସନର ୪ ଏବଂ୫ ନମ୍ବର  ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ବ୍ୟବସ୍ଥା, ସମସ୍ତ ପ୍ଲାଟଫର୍ମରୁ ପାଦଚଲା ଓଭରବ୍ରିଜକୁ ଲିପ୍ଟ ବ୍ୟବସ୍ଥା, ଗ୍ରୀଷ୍ମ ଋତୁରେ ପ୍ଲାଟଫର୍ମରେ ୱାଟର ସ୍ପ୍ରିଙ୍କଲ ବ୍ୟବସ୍ଥା, ଯାତ୍ରୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଯୁକ୍ତ ଡର୍ମିଟୋରି ନିର୍ମାଣ, ସମସ୍ତ ପ୍ଲାଟଫର୍ମ ଏବଂ ସଂଲଗ୍ନ ଏରିଆରେ ଯାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚମାନର ଡିଜିଟାଲ ଟ୍ରେନ ଚଳାଚଳ ସାରଣୀ ପ୍ରଦର୍ଶନ ବୋର୍ଡ, ଟେଲିଭିଜନ ଜରିଆରେ ଘୋଷଣା ବ୍ୟବସ୍ଥା  ଆଦି ନେଇ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here