ସ୍ୱାସ୍ଥ୍ୟ ସଚେତନତା ଶିବିର ପ୍ରସ୍ତୁତି ବୈଠକ

0
82

ଟିଟିଲାଗଡ଼,୨୫/୧୧,(ଜେଏନ୍ଏସ୍),ସ୍ଥାନୀୟ ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖା ପକ୍ଷରୁ ଚଳିତ ମାସ ୩୦ ତାରିଖରେ ଅନୁଷ୍ଠିତ ହେବାକୁଥିବା ବିଶାଳ ସ୍ୱାସ୍ଥ୍ୟ ସଚେତନତା ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ହେବାକୁଥିବା ଏହି ସ୍ୱାସ୍ଥ୍ୟ ସଚେତନତା ଶିବିରରେ ମାରୱାଡ଼ି ଯୁବା ମଞ୍ଚ ସହ ରାୟପୁର ଏମଏମଆଇ ନାରାୟଣ ହସ୍ପିଟାଲ ର ହୃଦୟ ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ ଶେଖର ପାଢ଼ୀ ଏବଂ ଅର୍ଥୋପେଡିକ୍ ଡାକ୍ତର ପଙ୍କଜ କୁମାର ପଟେଲ ଯୋଗଦେଇ ହୃଦୟ ଏବଂ ଅର୍ଥୋପେଡିକ୍ ରୋଗ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବେ । ଏଥିସହ ହୃଦୟ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଅବଗତ କରାଇବେ । ଆୟୋଜିତ ବୈଠକରେ ଏହି ଶିବିରକୁ ସଫଳ କରିବାକୁ ତଥା ଅଞ୍ଚଳବାସି ଏହାର ଲାଭ ଉଠାଇବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି । 

LEAVE A REPLY

Please enter your comment!
Please enter your name here