ଟିଟିଲାଗଡ଼ରେ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ

0
71

ଟିଟିଲାଗଡ଼,୨୬/୧୧,(ଜେଏନ୍ଏସ୍),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନ ର ବରିଷ୍ଟ ସଭ୍ୟ ବ୍ରହ୍ମାନନ୍ଦ ପୁହାଣଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅଧିବକ୍ତା କୃଷ୍ଣଚନ୍ଦ୍ର ସାହୁ ଯୋଗଦେଇ ଶ୍ରୀ ରାଜୀବ ଲୋଚନ ପାଢ଼ୀଙ୍କ କବିତା ସଂକଳନ “ଜୀବନ ପାବଚ୍ଛର କବିତା” ଓ ଡକ୍ଟର ଛାୟାକନ୍ତ ଷଡ଼ଙ୍ଗୀଙ୍କ “ପ୍ରବନ୍ଧ ପ୍ରବୋଧ” ଲୋକାର୍ପଣ କରିଥିଲେ । କବି ଭିକାରୀ ଚରଣ ମିଶ୍ର ଓ ଶିକ୍ଷାବିତ୍ ଉମେଶ ଚନ୍ଦ୍ର ଦାଶ ପୁସ୍ତକ ଗୁଡ଼ିକୁ ସମୀକ୍ଷା କରିଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ଏହି ଦୁଇ ପୁସ୍ତକ ବିଶେଷ ଅବଦାନ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ଉଲ୍ଲେଖ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ପ୍ରମୋଦ ପାଲ, ଜଗନ୍ନାଥ ପଣ୍ଡା, ଅଭିନ୍ନ ରଥ, ଚିନ୍ତାମଣି ମହାପାତ୍ର, ଡକ୍ଟର ଘନଶ୍ୟାମ ଜୈନ, କିଶୋର ମହାପାତ୍ର, ପାଣ୍ଡବ ତ୍ରିପାଠୀ, ଅଖିଳ ପଣ୍ଡା, ସେବକ ଦାସ, ସରୋଜ ନାୟକ ପ୍ରମୁଖଙ୍କ ସହ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here