ଟିଟିଲାଗଡ଼ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ପରୀକ୍ଷଣ ଶିବିର

0
76

ଟିଟିଲାଗଡ଼,୦୮/୧୨,(ଜେଏନ୍ଏସ୍), ଟିଟିଲାଗଡ଼ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଏକ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ଥାନୀୟ ଡିଲକ୍ସ ଅପ୍ଟିକାଲସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଅନିତା ହୋତା ମୁଖ୍ୟ ଅତିଥି ଓ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ରଘୁନାଥ ପଣ୍ଡା ସମ୍ମାନିତ ଭାବରେ ଯୋଗଦେଇ ଥିଲେ । ଆୟୋଜିତ ଶିବିରରେ ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ତରଣି ଛତ୍ରପାଲ, ଦ୍ରୋଣ ତାଣ୍ଡି, ଚନ୍ଦନ କୁମାର ସାହୁ, ଇନ୍ଦୁ କୁମାରୀ, ପିତାମ୍ବର ବାଗଙ୍କ ସହ ଡିଲକ୍ସ ଓପ୍ଟିକାଲସର ଅସପାକ ଖାଁ, ଆବାସ ଖାଁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here