ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

0
38

ଟିଟିଲାଗଡ଼,୨୭/୦୧/୨୦୨୫,(ଜେଏନ୍ଏସ୍),ସ୍ଥାନୀୟ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ୭୬ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ପରିଦର୍ଶନ କରି ଅଭିବାଦନ ଗ୍ରହଣ କରିଥିଲେ । ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ପ୍ରଦାନ ସହ ଦେଶ ସ୍ଵାଧୀନତା ଓ ସମ୍ବିଧାନ ପ୍ରଣୟନରେ ମହାପୁରୁଷଙ୍କ ପରିଶ୍ରମ, ନିଷ୍ଠା ଓ ତ୍ୟାଗର ସ୍ମୃତିଚାରଣ କରିଥିଲେ । ମିଳିତ ପ୍ୟାରେଡରେ ହୋମଗାର୍ଡଙ୍କ ସମେତ ମହାବିଦ୍ୟାଳୟ ଓ ବିଭିନ୍ନ ବିଦ୍ୟାଳୟର ଏନ୍.ସି.ସି., ସ୍କାଉଟ୍, ସିଭିଲିଅନ ଗ୍ରୁପ ଏବଂ ଘୋଷଦଳ ସହ ମୋଟ ୨୬ ଗୋଟି ଦଳ ଭାଗ ନେଇଥିଲେ । ଏନ୍.ସି.ସି. ବିଭାଗରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ଏସ୍.ଡି.ଏମ୍.ଟି ପ୍ରଭାବତୀ ପବ୍ଲିକ ସ୍କୁଲ ଦ୍ଵିତୀୟ ଓ ବାଳକ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସ୍କାଉଟ ଓ ଗାଇଡ ଜୁନିୟର ବିଭାଗରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ଓ ଦ୍ଵିତୀୟ, ମାଁ ଘଣ୍ଟାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରେଡକ୍ରସ ସବ ଜୁନିୟର ବିଭାଗରେ ମହେଶ୍ଵର ହିନ୍ଦୀ ଉଚ୍ଚ ବିଦ୍ୟାଳୟ ପ୍ରଥମ, ଓମଭେଲି ସ୍କୁଲ ଦ୍ଵିତୀୟ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସାଂସ୍କୃତିକ ପ୍ରତିଯୋଗୀତାରେ ଏସ୍.ଡି.ଏମ୍.ଟି ପ୍ରଭାବତୀ ସ୍କୁଲ ପ୍ରଥମ, ଏସ୍.ସି.ଡି. ସ୍କୁଲ ଦ୍ଵିତୀୟ, ଓମଭେଲି ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଂଶଗ୍ରହଣ କରିଥିବା ବିଜେତା ଦଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ  ଜାତୀୟ ସମର ଶିକ୍ଷାର୍ଥୀ ଭାବେ ଅଙ୍କିତା ମାଝି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ ଘନଶ୍ୟାମ ଜୈନ ଓ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ଵ ହାସଲ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଉପ କାରାଗାର ଅନ୍ତେବାସୀ ଓ  ଏସ୍.ସି.ଡି. ସ୍କୁଲର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ ଓ ଫଳ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମମତାଦେବୀ ଜୈନ, ସମସ୍ତ କାଉନସିଲରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। 

LEAVE A REPLY

Please enter your comment!
Please enter your name here