ଟିଟିଲାଗଡ଼ରେ ନୂତନ ଏସ୍.ଡି.ପି.ଓ.ଙ୍କ ଯୋଗଦାନ

0
47

ଟିଟିଲାଗଡ଼,୧୯/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବରେ ଯଶୋବନ୍ତ ନାରାୟଣ ପ୍ରଧାନୀ ମଙ୍ଗଳବାର କାର୍ଯ୍ୟରେ ଯୋଗଦେଇଛନ୍ତି । ଟିଟିଲାଗଡ଼ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ଏସ୍.ଡି.ପି.ଓ. ଗୌରାଙ୍ଗ ସାହୁଙ୍କ ଠାରୁ ଶ୍ରୀ ପ୍ରଧାନି ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନି ରାଉରକେଲା ଜି.ଆର୍.ପି. ଡି.ଏସ୍.ପି. ଭାବରେ କାର୍ଯ୍ୟରତ ଥିଲେ । ଆଗକୁ ଟିଟିଲାଗଡ଼ରେ ହେବାକୁ ଥିବା ଐତିହ ସମ୍ପନ୍ନ ମହାଶିବରାତ୍ରୀ ମେଳାରେ ପ୍ରବଳ ଜନସମାଗମ ହେବାକୁ ଥିବାବେଳେ ଶ୍ରୀ ପ୍ରଧାନୀଙ୍କ ଯୋଗଦାନ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ପୁଲିସ ପ୍ରଶାସନ ପାଇଁ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

LEAVE A REPLY

Please enter your comment!
Please enter your name here