ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ୩ ବାଇକ ସହ ୫ ଜୁଆରୀ ଗିରଫ ।

0
57

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍)ଟିଟିଲାଗଡ଼ ପୁଲିସ ପକ୍ଷରୁ ଗତ ବିଳମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୫ ଜଣ ଜୁଆରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କିଛିଦିନ ଧରି କୁମୁଡ଼ା ପାହାଡ଼ ପଛ ପଟେ ବିଳମ୍ବିତ ରାତ୍ରୀ ଯାଏ ଜୁଆ ଖେଳ ଚାଲୁଥିବା ନେଇ ପୁଲିସ ଖବର ପାଇଥିଲା । ଗତ ରାତିରେ ପୁଲିସ ଟିମ୍ ଚଢାଉ କରି ଘଟଣାସ୍ଥଳରୁ ୫ ଜଣ ଜୁଆରୀଙ୍କୁ ଗିରଫ କରିବା ସହ ୧୩ ହଜାର ୧୨୦ ଟଙ୍କା,୩ ଟି ବାଇକ, ମୋବାଇଲ ଫୋନ ଓ ତାସ ପ୍ୟାକେଟ ଜବତ କରିଛି । ଗିରଫ ଜୁଆରୀଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ରୋହିତ କୁମାର ବାଗ(୪୨), ଇସଲାମୁଦ୍ଦିନ ସେଖ(୬୫), ହିମାଂଶୁ ନାୟକ(୫୭), ଗଞ୍ଜନ ଟାକ୍ରି (୩୮), ଜିତୁକୃଷ୍ଣ ନାଗ(୪୯) ରହିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଟିଟିଲାଗଡ଼ ଥାନା କେସ ନଂ ୮୧/୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯିବା ସହ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here