କୁରସୁଡ଼କୁ ବ୍ଲକ ମାନ୍ୟତା ଦାବୀ; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ।

0
50

ଟିଟିଲାଗଡ଼,୨୨/୦୨/୨୦୨୫,(ଜେଏନ୍ଏସ୍) କୁରୁସୁଡ଼ ପଞ୍ଚାୟତକୁ ବ୍ଲକ ମାନ୍ୟତା ପ୍ରଦାନ ଦାବୀ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । କୁରୁସୁଡ଼ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ମୁକେଶ ଜୈନ ଓ ସରପଞ୍ଚଙ୍କ ପ୍ରତିନିଧି ନିମାଇଁ ଚରଣ ବେହେରା ଭୁବନେଶ୍ୱର ଗସ୍ତରେ ଯାଇ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂ ଦେଓ ପ୍ରମୁଖଙ୍କୁ ପୃଥକ ଭାବରେ ଦାବୀ ପତ୍ର ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବ୍ଲକ ମାନ୍ୟତା ପ୍ରଦାନ ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ଦେଇ ଫେରିବା ପରେ ଅଞ୍ଚଳବାସୀ ତଥା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଭୟଙ୍କୁ କୁରସୁଡ଼ ଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । 

LEAVE A REPLY

Please enter your comment!
Please enter your name here