ମହାଶିବରାତ୍ରି ପାଇଁ ବନ୍ଦ ରହିବ ମଦଦୋକାନ

0
41

ଟିଟିଲାଗଡ଼,୨୫/୦୨/୨୦୨୫,(ଜେଏନ୍ଏସ୍) ଐତିହ୍ୟ ସମ୍ପନ୍ନ ମହାଶିବରାତ୍ରି ପାଇଁ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବା ନେଇ ବଲାଙ୍ଗିର ଜିଲ୍ଲାପାଳ ଏକ ଆଦେଶ ଜାରି କରିଛନ୍ତି । ପବିତ୍ର ମହାଶିବରାତ୍ରିରେ ସରକାରଙ୍କ ଏହିଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି । ଏଥିସହ ଟିଟିଲାଗଡ଼ରେ ଆୟୋଜିତ ହେଉଥିବା ମହାଶିବରାତ୍ରି ମେଳାରେ ଚଳିତ ବର୍ଷ ପ୍ରବଳ ଜନ ସମାଗମ ହେବାକୁ ଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବା ସହ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣ ରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here