ସଇଁତଳା ପ୍ରାଥମିକ ବିଦ୍ୟାଳୟରେ ଖଡ଼ିଛୁଆଁ କାର୍ଯ୍ୟକ୍ରମ

0
41

ସଇଁତଳା,୦୩.୦୪.୨୦୨୫(ଜେ.ଏନ୍.ଏସ୍.), ସଇଁତଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ବୈକାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟଅତିଥି, ବିଆରସିସି ନାରାୟଣ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ରିତାରାଣୀ ତ୍ରିପାଠୀ ଓ ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ପ୍ରମୋଦ ସେଲମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୁନିକୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସିଆରସିସି ହରେକୃଷ୍ଣ ନାଗ  ସଭା ପରିଚାଳନା କରିଥିବାବେଳେ ଶେଷଦେବ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଶିଶୁମାନଙ୍କୁ ଅତିଥିବୃନ୍ଦ ‘ଶିଶୁ ବାଟିକା କିଟ୍’ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରେବତୀ ମାଝୀ, ଦୀପାଞ୍ଜଳି ଛତ୍ରିଆ, ମନୋଜ ସାହୁ, ବିନୋଦ ନାଗ, ଉପେନ୍ଦ୍ର ବେହେରା, ଲକ୍ଷରାଜ ମେହେର, ଲବ ଦଣ୍ଡସେନା, ଟିକେଶ୍ଵର ଭୋଇ, ଚିନ୍ତାମଣି ସାହୁ ପ୍ରମୁଖଙ୍କ ସହ ବହୁ ଅଭିଭାବକ ଉପସ୍ଥିତଥିଲେ । 

LEAVE A REPLY

Please enter your comment!
Please enter your name here