ଟିଟିଲାଗଡ଼ରେ ତାରିଣୀ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ

0
40

ଟିଟିଲାଗଡ଼,୧୬/୦୪/୨୦୨୫(ଜେଏନ୍ଏସ୍), ଟିଟିଲାଗଡ଼ ସହର ପଦ୍ମନାଭପୁର ଠାରେ ମାଁ ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଉତ୍ସବରେ ତିନିଦିନ ବ୍ୟାପୀ ହୋମଯଜ୍ଞ ଓ ନାମକୀର୍ତ୍ତନ ଆୟୋଜିତ ହୋଇଥିଲା । ଉକ୍ତ ସ୍ଥାନରେ ଥିବା ବରଗଛ ମୂଳେ ଦୀର୍ଘ ୨୭ ବର୍ଷ ଧରି ମା’ଙ୍କ ପୂଜାର୍ଚ୍ଚନା ହୋଇଆସୁଥିବା ବେଳେ ମନ୍ଦିର ପ୍ରତିଷ୍ଠା ପରେ ଶତାଧିକ ଭକ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । କାର୍ଯ୍ୟକ୍ରମରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସ୍ଥାନୀୟ ବିଧାୟକ ନବୀନ ଜୈନ ଯୋଗଦେଇ ମନ୍ଦିରର ପାରିପାର୍ଶ୍ଵିକ ବିକାଶ ପାଇଁ ତାଙ୍କ ବିଧାୟକ ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଘୋଷଣା କରିଥିଲେ । ମୁଖ୍ୟ ପୂଜକ କାର୍ତ୍ତିକ ପାଢ଼ୀ, ଆଚାର୍ଯ୍ୟ ଶରତ ମିଶ୍ର, ଦୀପକ କୁମାର ପଣ୍ଡା ,ତନ୍ମୟ ଷଡ଼ଙ୍ଗୀ , ଭବାନୀ ପ୍ରସାଦ ଷଡ଼ଙ୍ଗୀ, ମନୋଜ ପଣ୍ଡା, ଡଲେଶ୍ଵରି ପଣ୍ଡା ପ୍ରମୁଖଙ୍କ ସହ ମନ୍ଦିର ପରିଚାଳନା କମିଟିର ରାମଗୋପାଳ ମେହେତୋ, ନୃସିଂହ ଚରଣ ବାରିକ, ସନ୍ତୋଷ ବାରିକ, ଅରବିନ୍ଦ ମେହେତୋ, ଗଣେଶ ଜେନା , କାଉନସିଲର ମାନସ ସାହୁ, ସୁଧିର ଘଡେ଼ଇ, ଆଶିଷ ସାହୁ, ବାବୁଲା ମଣ୍ତଲ, ସୁଭାଷ ମେହେର, ଜିତୁ ବାରିକ, ଅଭି ବାରିକ, ରମେଶ ସାହୁ, ସୁଭାଷ ବାରିକ, ରାଜେଶ ରଣା ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here