ଅଢେଇ ଲକ୍ଷରେ ନବଜାତ ଶିଶୁ ବିକ୍ରି ଉଦ୍ୟମ

0
116

ଟିଟିଲାଗଡ଼,୨୬/୦୯,(ଜେଏନଏସ), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରେ ଅଢେଇ ଲକ୍ଷ ଟଙ୍କାରେ ନବଜାତ ଶିଶୁକୁ ବିକ୍ରି ଉଦ୍ୟମ ନେଇ ଗୁରୁତର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ସହରର ଜଣେ ଅସହାୟ ଗର୍ଭବତୀ ମହିଳାଙ୍କୁ ୱାର୍ଡ ନଂ ୧୪ର ଆଶା ଦିଦି ନିଜ ବାସଭବନରେ ଆଶ୍ରୟ ଦେଇଥିଲେ । ଦୁଇଦିନ ତଳେ ଉକ୍ତ ମହିଳା ଜଣକ ସ୍ଥାନୀୟ ମାତୃ ଓ ଶିଶୁ ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସଂପୃକ୍ତ ଆଶା ଦିଦି ଜଣକ ମହିଳାଙ୍କ ସହ ଡ଼ାକ୍ତରଖାନାରେ ରହିଥିଲେ । ତେବେ ମହିଳାଙ୍କ ଅସହାୟତାର ସୁଯୋଗ ନେଇ ନବଜାତ ଶିଶୁଟି କୁ ଛତିଶଗଡ଼ର ଜଣେ ଦଲାଲ ମାଧ୍ୟମରେ ବିକ୍ରି ପାଇଁ ମସୁଧା ଚାଲିଥିବା ସନ୍ଦେହ କରି ଜଣେ ବ୍ୟକ୍ତି ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କମିଟି ଟିଟିଲାଗଡ଼ ପୁଲିସ ସହ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ପୁଲିସକୁ ଦେଖି ଦଲାଲ ଜଣକ ଫେରାର ମାରିଥିଲା । ଉଭୟ ମା ଓ ଶିଶୁଙ୍କୁ  ଉଦ୍ଧାରକରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବଲାଙ୍ଗିର ଆଣିଥିବା ଓ ଉଭୟଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନ ସା କୁ ପଠେଇଥିବା ସୂଚନା ମିଳିଛି । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଏବଂ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here