କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଯୁବକ ଗିରଫ

0
223

ସଇଁତଳା,୦୭/୦୮ (ଜେଏନ୍ଏସ୍) : ସଇଁତଳା ଥାନା ଅନ୍ତର୍ଗତ କନ୍ଧକେଲ ପଞ୍ଚାୟତ ସର୍ଗିପାଲି ଗାଁ ର କରୁଣା ସିନ୍ଧୁ ପାତ୍ର ଓରଫ ରିପୁ (୨୭) କୁ ଏକ ନାବାଳିକା କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି ।ସୂଚନା ଅନୁଯାୟୀ ନାବାଳିକା କଲେଜ ଛାତ୍ରୀ ଜଣକ ଦେଓଗାଁ କଲେଜରୁ ପାଠ ପଢି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ  ଛାତ୍ରୀଙ୍କୁ  ରାସ୍ତାରେ ଅଟକାଇ ଅସଦାଚରଣ କରିବା ସହ ମାଡ଼ ମାରିଥିଲା । ଘଟଣାକୁ ନେଇ ସଇଁତଳା ଥାନାରେ ସଂପୃକ୍ତ ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ପରେ ଅଭିଯୁକ୍ତକୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here