କୋଶଲୀ ଗବେଷକ ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି । ନିମାଇଁଙ୍କ ସ୍ମୃତିରେ ଆରମ୍ଭ ହେବ “କୋଶଲୀ ଐତିହ୍ୟ ସମ୍ମାନ”

0
132

ଟିଟିଲାଗଡ଼,୦୭/୦୮ (ଜେଏନ୍ଏସ୍) : କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼ ତରଫରୁ କୋସଲି ଗବେଷକ ସ୍ୱର୍ଗତ ନିମାଇଁ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତି ଚାରଣ କରିଥିଲେ । ସଭାପତି ଦିଲ୍ଲୀପ କୁମାର ପସାୟତଙ୍କ ଆହ୍ୱାନ କ୍ରମେ,ସ୍ଥାନୀୟ  ସାହିତ୍ୟ ସଂସ୍କୃତି ଅନୁଷ୍ଠାନ, କୋସଲି ସାଂସ୍କୃତିକ ମହାଯୋଟ, ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜ୍ୟୋତି ପ୍ରକାଶ ଗଡତ୍ୟା,ଟିକେଲାଲ ବେହେରା, ନୀଳମଣି ସାହୁ, ହେମେନ୍ଦ୍ର ନାଥ ହାଁସଦା,ପଦ୍ମ ପଧାନୀ,ନିତ୍ୟାନନ୍ଦ ମାଝୀ, ଥବିର ଭୋଇ, ବୃନ୍ଦାବନ କୁମ୍ଭାର, ନରସିଂହ ସାହୁ, ସେବକ ଚରଣ ଦାଶ ଏବଂ ଉପସ୍ଥିତ କବି, ଲେଖକ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଥିଲେ । ଚଳିତ ବର୍ଷରୁ କୋସଲି ଭାସା ସୁରକ୍ଷା ସମିତି ଟିଟିଲାଗଡ ତରଫରୁ ନିମେଇଁ ପାଏନଗିରି ସୁରତା “କୋସଲି ଐତିହ୍ୟ ” ସମ୍ମାନ ପ୍ରଦାନ  କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ସ୍ୱର୍ଗତ ପାଣିଗ୍ରାହୀ ହଜାର ହଜାର ବର୍ଷ ଧରି ଏଇ ଅଂଚଳର ଜନସାଧାରଣ ବ୍ୟବହାର କରି ଆସୁଥିବା ଭାଷା,ରୀତରିକମା, ପର୍ବପର୍ବାଣୀ, ସାମଗ୍ରୀ, ପୁସ୍ତକ, ସଂଗୀତାଦି ଉପରେ ଗବେଷଣାତ୍ମକ ପ୍ରବଂଧମାନ ଉପସ୍ଥାପନକରି ସେ ଏକପୁନରୁଦ୍ଧାରର ପ୍ରବର୍ତ୍ତକ ଥିଲେ । ପଶ୍ଚିମ ଓଡିଶାର ଗାଆଁ ଗାଆଁ ଘର ଘର ଏବଂ ପ୍ରତ୍ୟେକ ଜନ ସାଧାରଣଙ୍କୁ ଭେଟି ଯୋଗାଡ କରୁଥିଲେ ଏ ଅଂଚଳର ବିଲୁପ୍ତପ୍ରାୟ ବ୍ୟବହୃତ ସାମଗ୍ରୀ ତଥା ଫସଲର ବିହନ । ସେ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ନିଜର ଗୃହକୁ କୋଶଲୀ କୁରିଆ ସଂଗ୍ରହାଳୟର ରୂପ ଦେଇଥିଲେ । କୋଶଲୀ ଭାଷାର ସୁରକ୍ଷା ଓ ସାମ୍ବିଧାନିକ ସ୍ଵୀକୃତି ପାଇଁ  ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସେ ସଂଗ୍ରାମ ଚଳାଇଥିଲେ । ଭାଷା ଆନ୍ଦୋଳନର ମହାରଥି ଭାବରେ ପଶ୍ଚିମ ଓଡିଶାର ସମସ୍ତ ଭାଷା ଓ ସଂସ୍କୃତି ପ୍ରେମୀଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ଛାପ ସେ ଛାଡି ଯାଇଥିବା ଉପସ୍ଥିତ କୋଶଲୀ ପ୍ରେମୀ ଉଲ୍ଲେଖ କରିଥିଲେ। 

LEAVE A REPLY

Please enter your comment!
Please enter your name here