ଗଣ୍ଡପତ୍ରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
33

ଟିଟିଲାଗଡ଼, ୩୦/୦୩/୨୦୨୫(ଜେ.ଏନ୍.ଏସ୍.): ଗଣ୍ଡପତ୍ରାପାଲି  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ  କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମନେସ ସୁନା ମୁଖ୍ୟଅତିଥି, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନନ୍ଦା ଶୋଭା ନାୟକ ମୁଖ୍ୟବକ୍ତା, ସି. ଆର୍.ସି.ସି. ହରେକୃଷ୍ଣ ନାଗ, ଟିକେଶ୍ୱର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଦିଗ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛାତ୍ରୀ ହେମଲତା ରଣା ଓ ସନ୍ଧ୍ୟାରାଣୀ ରଣା ସଭା ପରିଚାଳନା କରିଥିବା ବେଳେ ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମୀକାନ୍ତ ବଗର୍ତ୍ତୀ ଧନ୍ୟବାଦ ଜ୍ଞାପନ କରିଥିଲେ ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମମତା ଦୀପ, କରୁଣାକର ନାୟକ ପ୍ରମୁଖଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here