ସାଇକେଲରେ ଯୁବକଙ୍କ ଚାରିଧାମ ଯାତ୍ରା

0
104

ଟିଟିଲାଗଡ଼, ୩୦/୦୩/୨୦୨୫(ଜେ.ଏନ୍.ଏସ୍.):ସାଇକେଲ ଚାଳନା ଓ ପରିବେଶ ସଚେତନାର ବାର୍ତ୍ତା ନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ନିବାସୀ ଶଙ୍କର ସାହୁ ସାଇକେଲ ଯୋଗେ ଚାରିଧାମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦାରିଙ୍ଗବାଡ଼ି ନିବାସୀ ବୈକୁଣ୍ଠ ନାଥ ସାହୁଙ୍କ ପୁତ୍ର ଶଙ୍କର ସାହୁ(୨୪) ସାଇକେଲରେ ପ୍ରାୟ ୧୫ ହଜାର କି. ମି. ଲକ୍ଷ୍ୟ ଧାର୍ଯ୍ୟକରି ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେରେ ସେ ଶୁକ୍ରବାର ସନ୍ଧ୍ୟାରେ ସଇଁତଳା ଅତିକ୍ରମ କରି ବଲାଙ୍ଗିର ଅଭିମୁଖେ ଯାତ୍ରା କରୁଥିବାବେଳେ ବଙ୍ଗୋମୁଣ୍ଡା ଆଇନଜୀବୀ ସନ୍ତୋଷ ପୁରୋହିତ, ସମାଜସେବୀ କନ୍ଦର୍ପ ତାଣ୍ଡି, ସାମ୍ବାଦିକ ମନୋଜ ଶତପଥୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହ ବୃଦ୍ଧି କରିଥିଲେ । ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଆଭସି ମାଧ୍ୟମରେ ଶଙ୍କରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ତାଙ୍କ ଯାତ୍ରା ସଫଳ ହେବା ନେଇ ଶୁଭକାମନା ଜଣାଇଥିଲେ । ପ୍ରତିବଦଳରେ ଶଙ୍କର ମଧ୍ୟ ବିଧାୟକ ଶ୍ରୀ ଜୈନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିବା ସହ ଏହି ଯାତ୍ରାକୁ ନେଇ ସେ ବେଶ ଉତ୍ସାହିତଥିବା ପ୍ରକାଶ କରିଥିଲେ । 

LEAVE A REPLY

Please enter your comment!
Please enter your name here