କୋଶଲୀ ଭାଷା ସୁରକ୍ଷା ସମିତିର ବାର୍ଷିକ ଉତ୍ସବ

0
62

ଟିଟିଲାଗଡ଼,୨୮/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ କୋଶଲୀ ଭାଷା ସୁରକ୍ଷା ସମିତି ଅନୁଷ୍ଠାନର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ଡି ଏନ୍ ରିସୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତା ମୁଖ୍ୟଅତିଥି, ଡକ୍ଟର ଘାସିରାମ ମିଶ୍ର, ଗବେଷକ ଗୋରେଖନାଥ ସାହୁ, ଡକ୍ଟର  ଦୋଳଗୋବିନ୍ଦ ବିଶି, ଦୁର୍ଗା ମାଧବ ପଣ୍ଡା, ଅଶୋକ କୁମାର ପୁଜାହାରୀ, ଡକ୍ଟର ପରମେଶ୍ୱର ମୁଣ୍ଡ, ବଳଦେବ ଦୀକ୍ଷିତ ଓ ବ୍ରଜ ମୋହନ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଭିକାରୀ ଚରଣ ମିଶ୍ର ସଭା ପରିଚାଳନା ଓ ସଭାପତି ଦିଲୀପ ପଶାୟତ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଝାଁପି’ ଏବଂ ବର୍ଷିୟାନ ଲେଖକ ସେବକ ଚରଣ ଦାଶଙ୍କ କୋଶଲୀ ପ୍ରବନ୍ଧ ‘ନୁରଲେ ପାଏମା’ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଉଦଗାତା ଏବଂ ଡ. ବିଶିଙ୍କୁ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା । କୋଶଲୀ ଭାଷାର ଅନନ୍ୟ ସୃଷ୍ଟି ପାଇଁ କୋଶଲୀ କବି, ଲେଖକ ଓ ଗବେଷକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବରଗଡ଼ର ଅଭିମନ୍ୟୁ ସାହିତ୍ୟ ସଂସଦ, ନୂଆପଡ଼ା କୋଶଲୀ ଭାଷା ଗବେଷଣା ପ୍ରତିଷ୍ଠାନ,ସୁବର୍ଣ୍ଣପୁର, କୋଶଲୀ ସାହିତ୍ୟ ସଂସ୍କୃତି ଏକାଡେମି,ପାଟଣାଗଡ଼, କୋଶଲୀ ଡେରା, ବଙ୍ଗୋମୁଣ୍ଡା,  ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦ, ବଂଗୋମୁଣ୍ଡା ଏବଂ ନୂଆପଡ଼ା ଅର୍ଜୁନ କୋଶଲୀ ସାହିତ୍ୟ ସଂସଦ ପ୍ରମୁଖ ଅନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କବି ସବିତା ମହରା, ତପସ୍ୱିନୀ ପସାୟତ, ନିର୍ମାଲ୍ୟ ସ୍ୱାଇଁ, ବବି ଜୈନ, ଯମୁନା ବଗର୍ତ୍ତି ଓ ପୁଲସ୍ତି ବେହେରା ପ୍ରମୁଖ କବିତା ସଂଯୋଜନା କରିଥିଲେ । କବି ସୁଜିତ ସତପଥି, ଗଣେଶ ବାରିକ, ପୁସ୍ତମ ଯୁଆଡି, ସୁନିଲ ଅଗସ୍ତି, ଯଶୋବନ୍ତ ସାହୁ, ମହେନ୍ଦ୍ର ପାଣିଗ୍ରାହୀ, ରାମରତନ ମେହେର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଘିନୁ ଆଡଯୁଆଡ, ଚିତ୍ତରଞ୍ଜନ ଚାନ୍ଦ, ମହେନ୍ଦ୍ର ପାଣିଗ୍ରାହୀ, ପୁଲସ୍ତି ବେହେରା, ଦୁର୍ଗା ପ୍ରସାଦ ସାହୁ, ଲିଲୁ ମୋହନ ପ୍ରଧାନ, ସରୋଜ ନାୟକ, ସତ୍ୟବ୍ରତ ପଣ୍ଡା, ନରସିଂହ ସାହୁ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here