ଆକ୍ରୋଶ ସନ୍ଦେଶରେ ଆତଙ୍କବାଦୀଙ୍କୁ ଦମନ କରିବା, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ଥାନ ସରକାର ଓ ସେନା ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା, ପାକିସ୍ଥାନୀଙ୍କୁ ଭାରତରୁ ତଡ଼ିବା ଆଦି ଦାବି ସମେତ ଆକ୍ରମଣ ପାଇଁ ଦାୟୀ କିଏ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସେନା କାହିଁକି ନିୟୋଜିତ କରାଯାଇନଥିଲା, ଦେଶରେ ଶାନ୍ତି କାଏମ କରିବା, ସହରରେ ବୃଦ୍ଧି ପାଉଥିବା ବାଙ୍ଗଲାଦେଶୀ ଓ ରୋହିଙ୍ଗାକୁ ତଡ଼ିବା, ସମଝୋତା ନୁହେଁ ଯୁଦ୍ଧ ଦରକାର ଆଦି ବିଭିନ୍ନ ସନ୍ଦେଶ ଲିପିବଦ୍ଧ ହୋଇଥିଲା । ଶେଷରେ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ଅଧ୍ୟକ୍ଷ ଶମ୍ଭୁ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧ୍ଵ ଦଳ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉକ୍ତ ଆକ୍ରୋଶ ସନ୍ଦେଶକୁ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମହାସଭାର ରାଷ୍ଟ୍ରୀୟ ପ୍ରବକ୍ତା ଜଗଦୀଶ ଜୈନ, ପ୍ରାନ୍ତୀୟ ଉପାଧ୍ୟକ୍ଷ ତଥା ଜୈନ, କୋଷାଧ୍ୟକ୍ଷ ବିଜୟ ଜୈନ, ଜିଲ୍ଲାଧ୍ୟକ୍ଷ ନରେନ୍ଦ୍ର ଅଗ୍ରୱାଲ, ମିଡିଆ ନରେଶ ଅଗ୍ରୱାଲ, କାଉନସିଲର ସୁଧର ଅଗ୍ରୱାଲ, ଗୋକୁଲ ଟିବଡ଼େୱାଲ, ଆକାଶ ଜୈନ, ସୁନୀଲ ଜୈନ, ଶମ୍ଭୁ ଅଗ୍ରୱାଲ, ଆନନ୍ଦ ଜୈନ, ହଂସରାଜ ଜୈନ, ରେଖା ଅଗ୍ରୱାଲ, ଖୁସବୁ ଜୈନ, ବଜରଙ୍ଗ ଜୈନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ମହିଳା, ପୁରୁଷ, ଯୁବକ, ଯୁବତୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅଞ୍ଛଳ ଭାରତୀୟ ଅଗ୍ରୱାଲ ବିଧାୟକ ନବୀନ ଜୈନ, ମହାମନ୍ତ୍ରୀ ଗୋପାଲକୃଷ୍ଣ ପ୍ରଭାରୀ ଗୋପାଲ ଅଗ୍ରୱାଲ, ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, କାଉନସିଲର ସୁଧର ଅଗ୍ରୱାଲ, ଗୋକୁଲ ଟିବୱାଲ, ଆକାଶ ଜୈନ, ସୁନୀଲ ଜୈନ, ଶମ୍ଭୁ ଅଗ୍ରୱାଲ, ଆନନ୍ଦ ଜୈନ, ହଂସରାଜ ଜୈନ, ରେଖା ଅଗ୍ରଓ୍ବାଲ, ଖୁସବୁ ଜୈନ, ବଜରଙ୍ଗ ଜୈନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସହରର ବୃଦ୍ଧିଜୀବୀ, ମହିଳା, ପୁରୁଷ, ଯୁବକ, ଯୁବତୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । Janjagaran.com brings you the latest global news, breaking updates, and entertainment highlights in one place. Stay informed, stay ahead.
Contact us: info@janjagaran.com
Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.