ବଲାଙ୍ଗିର ଲୋକସଭା ଓ ବିଧାନସଭା ମଣ୍ଡଳୀ ଗୁଡ଼ିକରେ ମତଦାନ ହାର ବୃଦ୍ଧି

1
116

ଟିଟିଲାଗଡ଼,୨୬/୫ (ଜେଏନ୍ଏସ୍), ଚଳିତ ସାଧାରଣ ନିର୍ବାଚନରେ ବଲାଙ୍ଗିର ଜିଲ୍ଲାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ଗୁଡିକରେ ମତଦାନ ହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଲୋକସଭା କ୍ଷେତ୍ରରେ ଚଳିତ ନିର୍ବାଚନରେ ୭୭.୫୨% ମତଦାନ ହୋଇଛି। ଏହି ଲୋକସଭା ଅନ୍ତର୍ଗତ ୭ଟି ଯାକ ନିର୍ବାଚନମଣ୍ଡଳୀରେ ହାରାହାରି ୭୭.୫୨% ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ବିଧାନସଭା କ୍ଷେତ୍ର  ସୋନପୁରରେ ସର୍ବାଧିକ ୮୩.୨୧% ଓ କଣ୍ଟାବାଞ୍ଜିରେ ସର୍ବନିମ୍ନ ୭୩.୮୫% ମତଦାନ ହାର ରହିଛି । ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ୭୬.୩୩%, ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ୭୬.୬୨%, ପାଟଣାଗଡ଼ରେ ୭୩.୪୪%, ଟିଟିଲାଗଡ଼ରେ ୭୯.୪୩% ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୮୧.୯୨% ମତଦାନ ହାର ରହିଛି । ବଲାଙ୍ଗିର ଲୋକସଭା କ୍ଷେତ୍ରରେ ଗତ ଥର ୧୩,୦୬,୭୪୪ ଭୋଟ (୭୪.୯୧%) ମତଦାନ ହାର ରହିଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୧୩,୯୬,୭୧୯ (୭୭.୫୨%) ରେ ପହଞ୍ଚିଛି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ହେଁ ସେହି ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାରୁ ମତଦାନ ହାର କମିଥିବା କୁହାଯାଉଛି । ବଲାଙ୍ଗିରରେ ମୋଟ ୨,୪୩,୦୪୮ ଜଣ ଭୋଟରଙ୍କ ମଧ୍ୟରୁ ୧,୮୫,୫୨୯ (୯୪,୨୨୧- ପୁରୁଷ,୯୧,୨୯୬- ମହିଳା) ଜଣ ମତଦାନ କରିଛନ୍ତି । ଲୋଇସିଂହାରେ ମୋଟ ୨,୪୫,୪୬୬ ଜଣ ଭୋଟରଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୧,୮୮,୦୬୯ (ପୁରୁଷ- ୯୫,୮୫୮ ଓ ମହିଳା- ୯୨,୨୦୧) ଜଣ । ପାଟଣାଗଡ଼ରେ ମୋଟ ୩,୦୫,୮୬୧ ଭୋଟରଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୨,୨୪,୬୨୫ (ପୁରୁଷ- ୧,୧୧,୯୦୧ ଓ ମହିଳା-  ୧,୧୨,୭୧୬) ଜଣ । ଟିଟିଲାଗଡ଼ରେ ମୋଟ ଭୋଟର ସଂଖ୍ୟା ୨,୫୭,୫୧୭ ଜଣ ମଧ୍ୟରୁ ଭୋଟ ଦେଇଛନ୍ତି ୨,୦୪,୫୪୫ (ପୁରୁଷ- ୧,୦୧,୭୪୦ ଓ ମହିଳା- ୧,୦୨,୭୮୦) ଜଣ । କଣ୍ଟାବାଞ୍ଜିରେ ମୋଟ ଭୋଟର ସଂଖ୍ୟା ୨,୭୮,୦୫୫ ମଧ୍ୟରୁ ଭୋଟ ଦେଇଛନ୍ତି  ୨,୦୪,୧୪୨ (ପୁରୁଷ- ୧,୦୧,୦୩୨ ଓ ମହିଳା- ୧,୦୩,୧୦୦) ଜଣ । ସେହିପରି ସୋନପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨,୧୫,୯୪୪ ମଧ୍ୟରୁ ଭୋଟ  ଦେଇଛନ୍ତି ୧,୭୬,୯୦୩ (ପୁରୁଷ- ୯୨,୨୦୬ ଓ ମହିଳା- ୮୪,୬୯୭) ଜଣ । ସୋନପୁର ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨,୫୫,୮୫୫ ମଧ୍ୟରୁ ଭୋଟ ଦେଇଛନ୍ତି ୨,୧୨,୯୦୬ (ପୁରୁଷ- ୧,୦୮,୧୨୦ ଓ ମହିଳା -୧,୦୪,୭୮୬) ଜଣ । ତେବେ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୧ହଜାର ,ପାଟଣାଗଡ଼ରେ ୯୦୦ଜଣ ଓ କଣ୍ଟାବାଞ୍ଜିରେ ୨ହଜାର ମହିଳା  ଭୋଟର ପୁରୁଷଙ୍କ ଅପେକ୍ଷା ଅଧିକ ଭୋଟଦେଇଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଭୋଟ ଥିବାରୁ ଏହା ମତଦାନରେ ମହିଳାଙ୍କ ଯୋଗଦାନ ବୃଦ୍ଧିକୁ ସୂଚାଉଛି ।

1 COMMENT

LEAVE A REPLY

Please enter your comment!
Please enter your name here