ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

0
36

ଟିଟିଲାଗଡ଼,୧୪/୦୨/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ଡିଏଭି କଲେଜ ପରିସରରେ ରାଜ୍ୟ ମହିଳା ଆୟୋଗ ପକ୍ଷରୁ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ମୁଖ୍ୟଅତିଥି, ବିଡ଼ିଓ ଚନ୍ଦ୍ରମଣି ନାଗ, ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢ଼ୀ, ଅଧ୍ୟାପକ ଡକ୍ଟର ରମାକାନ୍ତ ବେହେରା, ଡକ୍ଟର ଅଭିଷେକ ଖମାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରୀଙ୍କୁ ବିଭିନ୍ନ ଆଇନ ସମ୍ବନ୍ଧରେ ସଚେତନ କରିଥିଲେ । ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଆଇନ ସମ୍ଵନ୍ଧରେ ମହିଳାମାନେ ଅବଗତ ହେଲେ ଏକ ସୁସ୍ଥ ସମାଜ ଗଠନରେ ବେଶ ସହାୟକ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀ ଖତ୍ରୀ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନ୍ତିଲତା ସାହୁ, ସ୍ୱର୍ଣ୍ଣପ୍ରଭା ଦାସ ପ୍ରମୁଖଙ୍କ ସହ ଅନୁଷ୍ଠାନର ବହୁ ଛାତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here