ରେଳ ଧାରଣାରୁ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

0
51

ଟିଟିଲାଗଡ଼,୩୦/୧୨,(ଜେଏନ୍ଏସ୍), ଟିଟିଲାଗଡ଼ କେସିଙ୍ଗା ରେଳଧାରଣା ମଧ୍ୟରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ରେଳବାଇ ପୁଲିସ ସୂଚନା ଦେଇଛି । ସୂଚନା ଅନୁଯାୟୀ ଟିଟିଲାଗଡ଼ ରୁ କେସିଙ୍ଗା ଷ୍ଟେସନ ମଧ୍ୟରେ ଲଇତରା ଠାରେ ୨୦୬/୧୩ କିଲୋମିଟର ଖୁଣ୍ଟ ନିକଟରେ ରେଳଧାରଣା ମଧ୍ୟରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଅନୁମାମିକ ବୟସ (୪୦) ହୋଇଥିବା ବେଳେ ତାଙ୍କ ପରିଚୟ ମିଳିପାରି ନ ଥିବାରୁ ମୃତ ଦେହକୁ ସ୍ଥାନୀୟ ଡାକ୍ତରଖାନାର ଶବ ସଂରକ୍ଷଣ ଗୃହରେ ରଖା ଯାଇଥିବା ପୁଲିସ ସୂଚନା ଦେଇଛି । 

LEAVE A REPLY

Please enter your comment!
Please enter your name here