ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ କ୍ରୀଡ଼ା ମହାସଂଘ ଗଠିତ, ପ୍ରମୋଦ ସଭାପତି ଓ ପଞ୍ଚାନନ ସମ୍ପାଦକ ।

0
60

ଟିଟିଲାଗଡ଼,୨୭/୧୨,(ଜେଏନ୍ଏସ୍), ଟିଟିଲାଗଡ଼ ବ୍ଲକ ସିହିନୀ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡି ଠାରେ ଉପଖଣ୍ଡ ସ୍ତରୀୟ କ୍ରୀଡା ମହାସଂଘ ଗଠିତ ହୋଇଯାଇଛି । କ୍ରୀଡାପ୍ରେମୀ ଦୁଃଖୀ ଶ୍ୟାମ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ସହରର ବିଭିନ୍ନ ବର୍ଗର ପ୍ରତିନିଧି ତଥା କ୍ରୀଡ଼ାପ୍ରେମୀ ଯୋଗଦେଇଥିଲେ । ଉପଖଣ୍ଡ ଅନ୍ତର୍ଗତ ଖେଳାଳୀଙ୍କୁ ପ୍ରୋତ୍ସାହିତ କରିବା ସହ ଗ୍ରାମାଞ୍ଚଳ ପ୍ରତିଭାଙ୍କୁ ସୁଯୋଗ ପ୍ରଦାନ କରି ଜିଲ୍ଲା ତଥା ରାଜ୍ୟ ସ୍ତରକୁ ପ୍ରେରଣ କରିବା ସଂଘର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା ।

ନୂତନ ସଂଘର ପଦପ୍ରଯୁକ୍ତ ସଭାପତି ଭାବରେ ସ୍ଥାନୀୟ ବିଧାୟକ ନବୀନ ଜୈନ, କ୍ରୀଡ଼ାପ୍ରେମୀ ପ୍ରମୋଦ ପ୍ରଧାନ ସଭାପତି, ଦିଲୀପ ବାଗ, ହେମନ୍ତ ସାହୁ, ମୁରାରି ମିଶ୍ର, ଜଗାବଳୀ ସାହୁ ଉପସଭାପତି, ପୂର୍ବତନ ଫୁଟବଲ ଖେଳାଳୀ ପଞ୍ଚାନନ ସାହୁ ସମ୍ପାଦକ ଓ ସତ୍ୟନାରାୟଣ ବହିଦାର କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ଉପଖଣ୍ଡ ଅନ୍ତର୍ଗତ ଖେଳାଳିଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ସଂଘ କାର୍ଯ୍ୟ ତୁଲାଇବା ନେଇ ନୂତନ ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।  

LEAVE A REPLY

Please enter your comment!
Please enter your name here