ସିବିଏସଇ ଖୋ-ଖୋ ପ୍ରତିଯୋଗିତା ଉଦଯାପିତ

0
102

ଟିଟିଲାଗଡ଼,୨୮/୦୯,(ଜେଏନଏସ), ଟିଟିଲାଗଡ଼ ଓମ୍ ଭେଲି ସ୍କୁଲ ପରିସରରେ ଆୟୋଜିତ ସିବିଏସଇ ଖୋ-ଖୋ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ବିଦ୍ୟାଳୟର ସଂସ୍ଥାପକ ଦୀପକ ସାହୁ, ଉପାଧ୍ୟକ୍ଷା ସଙ୍ଗୀତା ସାହୁ, ପରିଚାଳନା ସମିତି ସଦସ୍ୟ ପ୍ରଦୀପ ମହାନ୍ତି, ପ୍ରେମଚନ୍ଦ ଜୈନ, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଏବଂ ଉପଦେଷ୍ଟା ରବିନ ଚନ୍ଦ୍ର ପରମାଣିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଆୟୋଜିତ ପ୍ରତିଯୋଗିତାରେ ବାଳକ ଓ ବାଳିକା ବର୍ଗରେ ମୋଟ ୧୦୬୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡ଼ିଶା, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ରାଜ୍ୟରୁ ମୋଟ ୪୯ଟି ସି.ବି.ଏସ୍.ଇ ଅନୁବନ୍ଧିତ ବିଦ୍ୟାଳୟର ୮୮ଟି ଖୋ-ଖୋ ଦଳ ଅଂଶଗ୍ରହଣ କରିଥିଲେ । ୧୪ ବର୍ଷରୁ କମ୍ ବର୍ଗରେ ୧୭ଟି ବାଳକ ଦଳ ଓ ୧୩ଟି ବାଳିକା ଦଳ, ୧୭ ବର୍ଷରୁ କମ୍ ବର୍ଗରେ ୨୧ଟି ବାଳକ ଓ୧୪ଟି ବାଳିକା ଦଳ ଏବଂ ୧୯ ବର୍ଷରୁ କମ୍ ବର୍ଗରେ ୧୪ଟି ବାଳକ ଦଳ ଓ ୯ଟି ବାଳିକା ଦଳ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଭିନ୍ନ ବର୍ଗରେ ଉତ୍ତୀର୍ଣ୍ଣ ବିଜେତା ଓ ଉପବିଜେତା ଦଳକୁ ମୁଖ୍ୟଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ବିଦ୍ୟାଳୟ ପରିସରରେ ଏକ ନୂତନ ସନ୍ତରଣାଗାରର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ବିଭାରାଜ ଗୁପ୍ତା, ଆଇନଜୀବୀ ରଘୁନାଥ ରଥ, ଭାବେଶ ପାଣିଗ୍ରାହୀ, ସିଏ ରାକେଶ ଜୈନ, ଶିକ୍ଷାବିତ ଡକ୍ଟର ଗୋବର୍ଦ୍ଧନ ସାହୁ, ବରିଷ୍ଠ ଚିକିତ୍ସକ ଡ଼ା. ହସମୁଖ ଲାଲ, ଡା. ମୋହନ ଲାଲ ଜୈନ, କ୍ରୀଡା ସଂଯୋଜକ ଡାନିଏଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here