ଟିଟିଲାଗଡ଼ ବିଡ଼ିଓ ହେବେ ଚନ୍ଦ୍ରମଣି ନାଗ

0
101

ସଇଁତଳା,୨୬/୦୯,(ଜେଏନଏସ), ରାଜ୍ୟ ସରକାର ଗୁରୁବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଥିବା ସୂଚନା ମିଳିଛି । ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ୪୩ ଜଣ ବିଡ଼ିଓଙ୍କୁ ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ର ନୂତନ ବିଡ଼ିଓ ଭାବରେ ଚନ୍ଦ୍ରମଣି ନାଗଙ୍କୁ ବଦଳି ହୋଇଥିବା ବେଳେ ଟିଟିଲାଗଡ଼ର କାର୍ଯ୍ୟରତ ବିଡିଓ ସୁଶାନ୍ତ ରଣାଙ୍କୁ ନୂଆପଡ଼ା ବୋଡ଼େନକୁ ବଦଳି ହୋଇଛି । ଶ୍ରୀ ନାଗ ବରଗଡ଼ ରାଜ ଭୋରାସମ୍ବରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁଷୁରା ତହସିଲଦାର ଓ ସଇଁତଳା ବିଡ଼ିଓ ଭାବରେ କାର୍ଯ୍ୟ ତୁଲାଇଛନ୍ତି । 

LEAVE A REPLY

Please enter your comment!
Please enter your name here