ପୁଲୱାମା ଶହୀଦଙ୍କ ସ୍ମୃତିରେ ନାଗରିକ ମଞ୍ଚର ରକ୍ତଦାନ ଶିବିର

0
41

ଟିଟିଲାଗଡ଼,୧୪/୦୨/୨୦୨୫,(ଜେଏନ୍ଏସ୍), ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ନାଗରିକ ମଞ୍ଚ ପକ୍ଷରୁ ପୁଲୱାମା ଶହୀଦଙ୍କ ସ୍ମୃତିରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମଞ୍ଚ ସଭାପତି ରାଧାକାନ୍ତ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ମୂଖ୍ୟ ଅତିଥି, ସ୍ଥାନୀୟ ଉପଜିଲ୍ଲାପାଳ ରେହାନ ଖତ୍ରୀ ସମ୍ମାନୀତ ଅତିଥି, ସାଙ୍ଗଠନିକ ସମ୍ପାଦକ ମନୋଜ ହାତୀ ଓ ସମ୍ପାଦକ ଦୀପକ ସମଦ୍ଦାର ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ଦ୍ଵୟ ଶହୀଦମାନଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜ୍ଵଳନ କରି ଶିବିରର ଉଦଘାଟନ କରିଥିଲେ । ଏହି ଅବସରରେ ୨ମିନିଟ ନୀରବ ପ୍ରାର୍ଥନାକରାଯିବା ସହ ଶହୀଦମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ସଭାପତି ଶ୍ରୀ ପାଢୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ସାଙ୍ଗଠନିକ ସମ୍ପାଦକ ଶ୍ରୀ ହାତୀ ଧନ୍ୟବାଦ ଦେଇଥିଲେ। ଶିବିରରେ ୨ଜଣ ମହିଳାଙ୍କ ସମେତ ମୋଟ ୨୧ଜଣ ରକ୍ତଦାନ କରିଥିଲେ ‌। ରକ୍ତଭଣ୍ଡାର ଗୃହର ଡାକ୍ତର କୃଷ୍ଣଚନ୍ଦ୍ର ପାଲ, ଟେକ୍ନିସିଆନ ପ୍ରଶାନ୍ତ ସାହୁ, ବିନୟ ସାହୁ, ଜୟରାମ ମଟ୍ଟଖଣ୍ଡ ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ‌। ମଞ୍ଚର ଉପସଭାପତି ପଦ୍ମନାଭ ବେହେରା, କୋଷାଧ୍ୟକ୍ଷ ପ୍ରକାଶ ଗୋୟଲ, ରକ୍ତଦାତା ପ୍ରବର୍ତ୍ତକ ତିକେଲାଲ ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ଶୁଭ୍ରାଂଶୁ ଦାସ, ରାଜୀବ ଲୋଚନ ପାଢ଼ୀ, ଲକ୍ଷ୍ମୀକାନ୍ତ ମହାପାତ୍ର, ରମାନାଥ ଖମାରୀ, ଅଖିଲ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ସଭାପତି ଶମ୍ଭୁ ଗୋୟଲ, ଆନନ୍ଦ ପାଣ୍ଡେ, ହରିଶ ରାଏଥାଥା, ସନ୍ତୋଷ ମହାନ୍ତି, ସୁଧୀର ଘଡ଼େଇଙ୍କ ସମେତ ଅନ୍ୟମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। 

LEAVE A REPLY

Please enter your comment!
Please enter your name here