ଅବସରପ୍ରାପ୍ତ କର୍ଣ୍ଣେଲ ସରୋଜ ପାଢ଼ୀଙ୍କ ପରଲୋକ

0
60

ଟିଟିଲାଗଡ଼,୨୮/୫ (ଜେଏନଏସ), ଟିଟିଲାଗଡ଼ ହାଟପଦା ପଡ଼ା ନିବାସୀ ସ୍ଵର୍ଗତ ମହାଦେବ ପାଢ଼ୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ଭାରତୀୟ ସେନାର ଅବସରପ୍ରାପ୍ତ କର୍ଣ୍ଣେଲ ସରୋଜ ପାଢ଼ୀ(୬୫)ଙ୍କ ପରଲୋକ ଘଟିଛି। ସ୍ଵର୍ଗତ ପାଢ଼ୀ ଭାରତୀୟ ସେନାରୁ ଅବସରର ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରେ ମଧ୍ୟ ମୁଖ୍ୟ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିଲେ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଅନ୍ତେଷ୍ଟି କ୍ରିୟା ପୁରୀ ସ୍ଵର୍ଗଦ୍ଵାର ଠାରେ କରାଯାଇଥିବା ସୂଚନା ମିଳିଛି । ତାଙ୍କ ପରଲୋକ ଘଟିବା ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here