ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆକ୍ରୋଶ ସନ୍ଦେଶ

0
209

ଟିଟିଲାଗଡ଼,୨୮/୦୪/୨୦୨୫(ଜେ.ଏନ୍.ଏସ୍.) କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଲିରେ ପ୍ରାଣ ହରାଇଥବା ହିନ୍ଦୁ ପର୍ଯ୍ୟଟକଙ୍କ ସ୍ମୃତିରେ ଆଜି ଅଞ୍ଚଳ ଭାରତୀୟ ଅଗ୍ରୱାଲ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ସହ ଆକ୍ରୋଶ ସନ୍ଦେଶ ରାଷ୍ଟ୍ରପତିଙ୍କୁ ପ୍ରେରଣ କରାଯାଇଛି । ସ୍ଥାନୀୟ ଅଗ୍ରସେନ ଛକ ଠାରେ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ଶାଖା, ଜିଲ୍ଲା ଶାଖା, ଜିଲ୍ଲା ମହିଳା ଶାଖାର କର୍ମକର୍ତ୍ତା, ସଭ୍ୟ ସଭ୍ୟା ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷ ଏକତ୍ରିତ ହୋଇ ପରଲୋକଗତ ହିନ୍ଦୁ ପର୍ଯ୍ୟଟକଙ୍କ ଫଟୋଚିତ୍ର ସମ୍ମୁଖରେ କ୍ୟାଣ୍ଡେଲ ଜାଳିବା ସହ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଅବସରରେ ଏକ ଧଳା ବୋର୍ଡରେ ଉପସ୍ଥିତ ଜନସାଧାରଣଙ୍କ ଆକ୍ରୋଶ ମୂଳକ ସନ୍ଦେଶ ସଂଗ୍ରହ କରାଯାଇଥିଲା । ଆକ୍ରୋଶ ସନ୍ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରି ପାକିସ୍ଥାନ ବିରୋଧରେ ବିଶୋଦଗାର କରିଥିଲେ ।ଆକ୍ରୋଶ ସନ୍ଦେଶରେ ଆତଙ୍କବାଦୀଙ୍କୁ ଦମନ କରିବା, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥ‌ିବା ପାକିସ୍ଥାନ ସରକାର ଓ ସେନା ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା, ପାକିସ୍ଥାନୀଙ୍କୁ ଭାରତରୁ ତଡ଼ିବା ଆଦି ଦାବି ସମେତ ଆକ୍ରମଣ ପାଇଁ ଦାୟୀ କିଏ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସେନା କାହିଁକି ନିୟୋଜିତ କରାଯାଇନଥିଲା, ଦେଶରେ ଶାନ୍ତି କାଏମ କରିବା, ସହରରେ ବୃଦ୍ଧି ପାଉଥ‌ିବା ବାଙ୍ଗଲାଦେଶୀ ଓ ରୋହିଙ୍ଗାକୁ ତଡ଼ିବା, ସମଝୋତା ନୁହେଁ ଯୁଦ୍ଧ ଦରକାର ଆଦି ବିଭିନ୍ନ ସନ୍ଦେଶ ଲିପିବଦ୍ଧ ହୋଇଥିଲା । ଶେଷରେ ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ଅଧ୍ୟକ୍ଷ ଶମ୍ଭୁ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧ୍ଵ ଦଳ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉକ୍ତ ଆକ୍ରୋଶ ସନ୍ଦେଶକୁ ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମହାସଭାର ରାଷ୍ଟ୍ରୀୟ ପ୍ରବକ୍ତା ଜଗଦୀଶ ଜୈନ, ପ୍ରାନ୍ତୀୟ ଉପାଧ୍ୟକ୍ଷ ତଥା ଜୈନ, କୋଷାଧ୍ୟକ୍ଷ ବିଜୟ ଜୈନ, ଜିଲ୍ଲାଧ୍ୟକ୍ଷ ନରେନ୍ଦ୍ର ଅଗ୍ରୱାଲ, ମିଡିଆ ନରେଶ ଅଗ୍ରୱାଲ, କାଉନସିଲର ସୁଧର ଅଗ୍ରୱାଲ, ଗୋକୁଲ ଟିବଡ଼େୱାଲ, ଆକାଶ ଜୈନ, ସୁନୀଲ ଜୈନ, ଶମ୍ଭୁ ଅଗ୍ରୱାଲ, ଆନନ୍ଦ ଜୈନ, ହଂସରାଜ ଜୈନ, ରେଖା ଅଗ୍ରୱାଲ, ଖୁସବୁ ଜୈନ, ବଜରଙ୍ଗ ଜୈନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ମହିଳା, ପୁରୁଷ, ଯୁବକ, ଯୁବତୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅଞ୍ଛଳ ଭାରତୀୟ ଅଗ୍ରୱାଲ ବିଧାୟକ ନବୀନ ଜୈନ, ମହାମନ୍ତ୍ରୀ ଗୋପାଲକୃଷ୍ଣ ପ୍ରଭାରୀ ଗୋପାଲ ଅଗ୍ରୱାଲ, ଖୋଲାନ ସରପଞ୍ଚ ନରେଶ ଅଗ୍ରୱାଲ, କାଉନସିଲର ସୁଧର ଅଗ୍ରୱାଲ, ଗୋକୁଲ ଟିବୱାଲ, ଆକାଶ ଜୈନ, ସୁନୀଲ ଜୈନ, ଶମ୍ଭୁ ଅଗ୍ରୱାଲ, ଆନନ୍ଦ ଜୈନ, ହଂସରାଜ ଜୈନ, ରେଖା ଅଗ୍ରଓ୍ବାଲ, ଖୁସବୁ ଜୈନ, ବଜରଙ୍ଗ ଜୈନଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସହରର ବୃଦ୍ଧିଜୀବୀ, ମହିଳା, ପୁରୁଷ, ଯୁବକ, ଯୁବତୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here