ପୁଲିସ ବେଶରେ ଡକାୟତି ପେଶାଦାର ଅପରାଧୀ ଗିରଫ

0
62

ଟିଟିଲାଗଡ଼,୨୯/୦୪/୨୦୨୫(ଜେ.ଏନ୍.ଏସ୍.) ପୁଲିସ ପରିଚୟରେ ଡକାୟତି କରି ଫେରାର ମାରିଥିବା ପେଶାଦାର ଅପରାଧୀକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ଟିଟିଲାଗଡ଼ ପୁଲିସ ପକ୍ଷରୁ ଥାନା ପରିସରରେ ସୋମବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ   କେସିଙ୍ଗା ସହରର ପ୍ରଦୀପ ଗହୀର ନାମକ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କୁ ଚିକିତ୍ସା ପାଇଁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ପ୍ରଦୀପ ଶୌଚ ପାଇଁ ମହାରାଜ ସାଗର ନିକଟକୁ ଯାଇଥିବା ବେଳେ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖଜୁରପଡା ଗ୍ରାମର ପେଶାଦାର ଅପରାଧୀ ମୁକୁନ୍ଦ ବାଗ(୨୭) ସେଠାରେ ତାଙ୍କୁ ପୁଲିସ ପରିଚୟ ଦେଇ ଅଟକାଇ ଥିଲା। ପରେ ଏକ ଚକୁ ଦେଖାଇ ସେ ଧରିଥିବା ୭୦୦ ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲା। ଘଟଣାକୁ ନେଇ ପ୍ରଦୀପ ଟିଟିଲାଗଡ଼ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ ସହ ଅଭିଯୁକ୍ତକୁ ଧରିବାକୁ ଅତିରିକ୍ତ ଏସ୍.ପି. କେ. ବେହେରା, ଏସ୍.ଆଇ.ଏଚ୍ ଖାଲକୋ, ଏଏସଆଇ କାର୍ତ୍ତିକ ପ୍ରଧାନ, କେ.ସି.ପ୍ରଧାନ, ବିଭୀଷଣ ସାହୁ ପ୍ରମୁଖଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲା । ସୋମବାର ମୁକୁନ୍ଦକୁ ଗରିଫ କରାଯିବା ସହ ତା’ ଠାରୁ ଚୋରି ମୋବାଇଲ ଫୋନ, ପୁଲିସ ପୋଷାକ, ଏକ ସ୍କୁଟି ଓ ଏକ ଚକୁ ଜବତ କରାଯାଇଛି ।  ସେ ଏକ ପେଶାଦାର ଅପରାଧୀ ଏବଂ ପୂର୍ବରୁ ତା’ ନାଁ ରେ ୨୧ଟି ମାମଲା ରହିଥିବା ଏସ୍ଡ଼ିପିଓ ଯଶୋବନ୍ତ ପ୍ରଧାନୀ ଓ ଆଇଆଇସି କଲ୍ୟାଣୀ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here