ସଇଁତଲାରେ ଡେଙ୍ଗୁ ଆତଙ୍କ : ୨୫ ରୁ ଉର୍ଦ୍ଧ ଆକ୍ରାନ୍ତ

0
103

ବଲାଙ୍ଗିର,୦୫/୦୭ (ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଜଣେ ସରପଞ୍ଚଙ୍କ ସମେତ ୨୫ ରୁ ଉର୍ଦ୍ଧ୍ଵ  ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ବଲାଙ୍ଗିର ଭୀମଭୋଇ ଓ ବରଗଡ଼ ର  ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ପ୍ରକାଶ ଯୋଗ୍ୟ ଯେ, ସପ୍ତାହବ୍ୟାପି ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ବିଶେଷ ଗୁରୁତ୍ଵ ନ ଦେବା ଯୋଗୁଁ ସ୍ଥିତି ନିୟନ୍ତ୍ରଣ ନିୟନ୍ତ୍ରଣ ବାହାରକୁ ଯାଇଥିବା ଦେଖିବାକୁ ମିଳିଛି । ଲୋକେ ନିଜସ୍ଵ ଉଦ୍ୟମରେ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଡେଙ୍ଗୁ ପରୀକ୍ଷା କରୁଥିବା ଦେଖାଦେଇଛି । ଅଭିଯୋଗ ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଲାଙ୍ଗିର ଓ ସଇଁତଲା ଡାକ୍ତରୀ ଟିମ ସହରର ଗୋପବନ୍ଧୁ ପଡ଼ାକୁ ପହଞ୍ଚି ଡେଙ୍ଗୁ ପରୀକ୍ଷା ଆରମ୍ଭ କରିଥିଲେ । ତାହାପରେ ମଧ୍ୟ ଲୋକେ ଅନ୍ୟ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ମେଡିକାଲରେ ଭର୍ତ୍ତି ହୋଇଥିବା ଦେଖାଦେଇଛି ।

ଅନ୍ୟପକ୍ଷରେ ସହରରେ ଦୀର୍ଘଦିନ ହେଲା ପରିମଳ ବ୍ୟବସ୍ଥା ଭୁଷୁଡି ପଡିଛି । ସହରର ଅନେକ ପଡ଼ାରେ ପ୍ରଶାସନ ପକ୍ଷରୁ ନାଳ ସଫା ହେଉନଥିବାରୁ ନର୍ଦ୍ଦମା ପାଣି ନିଷ୍କାସନ ହୋଇ ନ ପାରି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ମେଡିକାଲ ଇନଚାର୍ଜ ସମରେନ୍ଦ୍ର ମହାପାତ୍ର ସଇଁତଲା ମେଡିକାଲରେ ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଓ ବଲାଙ୍ଗିର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି । ପରିମଳ ବ୍ୟବସ୍ଥା ଠିକ୍ କରିବାକୁ ବିଡ଼ିଓଙ୍କୁ ଜଣାଇ ଥିବା ଶ୍ରୀ ମହାପାତ୍ର କହିଛନ୍ତି । ସ୍ଥିତି ବିଗିଡ଼ିବା ପୂର୍ବରୁ ବ୍ଲକ ପ୍ରଶାସନ ପରିମଳ ବ୍ୟବସ୍ଥାକୁ ଠିକ୍ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here